ରିପୋର୍ଟ କାର୍ଡ / ବାଲେଶ୍ଵର
ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି । ବିଲ ଭିତରୁ ଅପସରପ୍ରାପ୍ତ ଅଧ୍ୟାପକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟସ୍ଥ ବିଲରୁ । ଅଧ୍ୟାପକଙ୍କ ଶରୀରର ବିଭିନ୍ନ ସ୍ଥାରେ ଗଭୀର କ୍ଷତଚିହ୍ନ ରହିଛି । ଅନ୍ୟପଟେ ବାଲିଖଣ୍ଡ ବଜାର ସ୍ଥିତ ଘରୁ ଗୁରୁତର ଅବସ୍ଥାରେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇଛି । ଉଭୟଙ୍କୁ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଗୁରୁତର ପତ୍ନୀଙ୍କୁ ଚିକିତ୍ସା ପାଇଁ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….