ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ରଜାରନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଛତିଶଗଡ଼ର ରାୟଗଡ଼ ସେସନ୍ସ କୋର୍ଟ | କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ହତ୍ୟା ମାମଲାରେ ଅନୁପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ ହୋଇଥିବା ସୂଚନା ମିଳିଛି | ଉଲ୍ଲେଖ ଯୋଗ୍ୟ- ଗତ ୨୦୧୬ ମସିହାରେ ଚକ୍ରଧରପୁର ଅଞ୍ଚଳରୁ କଳ୍ପନା ଓ ତାଙ୍କ ଝିଅଙ୍କ ମୃତଦେହ ମିଳିଥିଲା । ଦୁହିଁଙ୍କୁ ହତ୍ୟା କରି ଗାଡ଼ି ମଡ଼ାଇ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୦ରେ ଅନୁପ ଓ ବର୍ଦ୍ଧନଙ୍କୁ ଗିରଫ କରାଯାଇଥିଲା ।






More Stories
୯ ରେ ରାଷ୍ଟ୍ରୀୟ ଲୋକ ଅଦାଲତ……
ଓଡ଼ିଶାର ସଂସ୍କୃତି ପରମ୍ପରା ମହାନ…..
ପ୍ରବଳ ଘଡ଼ଘଡ଼ି ସହ ବିଜୁଳି…..