ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗତ କିଛି ଦିନ ହେବ ଲଗାଦାର ତୈଳ ଦର ବୃଦ୍ଧି ପାଉଛି | ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର ବଢ଼ିବାରେ ଲାଗିଛି | ଆଜି ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଲେଖାଏଁ ବଢ଼ିଛି। ଫଳରେ ଶନିବାର ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୫୦ରେ ଏବଂ ଡିଜେଲ ଦର ୯୯ ଟଙ୍କା ୨୭ ପଇସାରେ ପହଞ୍ଚିଛି। ଗତ ୨୨ ତାରିଖରୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଛି। ୧୨ ଦିନ ମଧ୍ୟରେ ତେଲର ମୂଲ୍ୟ ୧୦ ଥର ବଢାଯାଇଥିବାବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ବର୍ତ୍ତମାନ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ପେଟ୍ରୋଲ ମୂଲ୍ୟ ବୃଦ୍ଧିକୁ ନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅଖିଳେଶ ଯାଦବ ବିଜେପି ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି, ଯେ “ଜନସାଧାରଣ କହୁଛନ୍ତି ଯେ ପ୍ରତିଦିନ ୮୦ ପଇସା ବଢୁଛି | ଯଦି ପେଟ୍ରୋଲର ମୂଲ୍ୟ ପ୍ରତିମାସରେ ବଢିବ ତେବେ ଆସନ୍ତା ନଭେମ୍ବର-ଡିସେମ୍ବରରେ ପେଟ୍ରୋଲ ମୂଲ୍ୟ ୨୭୫ ଟଙ୍କାରେ ପହଞ୍ଚିଯାଇଥିବ | କାରଣ ପ୍ରତିଦିନ ବଢୁଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ବିଚାର କଲେ ଆସନ୍ତା ୭ ମାସ ମଧ୍ୟରେ ଏହାର ମୂଲ୍ୟ ପ୍ରାୟ ୧୭୫ ଟଙ୍କା ବୃଦ୍ଧି ହେବ |






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..