ରିପୋର୍ଟ କାର୍ଡ / ଛତିଶଗଡ଼
ରାତିରେ ସ୍ୱାମୀ ଙ୍କ ପାଖରେ ଶୋଇବାକୁ ନେଇ ୨ ସ୍ତ୍ରୀଙ୍କ ମଧ୍ୟରେ ଝଗଡା | ୨ ଜଣଙ୍କ ମଧ୍ୟରେ ଝଗଡା ଏତେ ବଢ଼ିଗଲାଯେ ଜଣେ ମହିଳାଙ୍କୁ ଜୀଅନ୍ତା ଜଳାଇବାକୁ ପ୍ରୟାସ କରାଯାଇଥିବା ଜଣାପଡିଛି । ମହିଳା ଜଣକ କୌଣସି ଉପାୟରେ ପୋଖରୀକୁ ଡେଇଁପଡ଼ି ନିଜ ଜୀବନ ବଞ୍ଚାଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ଛତିଶଗଡ଼ର କାଙ୍କର ଜିଲ୍ଲାରୁ | ଘଟଣାର ଯାଞ୍ଚବେଳେ ଜଣାପଡିଛି କି, ମହିଳାଙ୍କ ସ୍ୱାମୀ ଓ ତାଙ୍କ ଦ୍ୱିତୀୟ ପତ୍ନୀ ବା ନିଜ ସଉତୁଣୀ ନିଆଁ ଲଗାଇଥିଲେ । ପୋଲିସର କହିବା ମୁତାବକ, ସ୍ୱାମୀ ପାଖେ ଶୋଇବାକୁ ନେଇ ୨ ପତ୍ନୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା । ଗତ ମାର୍ଚ୍ଚ ୨୮ ତାରିଖ ରାତିରେ ସବିତା ସ୍ୱାମୀଙ୍କ ପାଖରେ ଶୋଇବାକୁ ଶେଯ ପକାଇଥିଲେ , ଯାହାକୁ ନେଇ ପୁଣି ଥରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଘଟଣାସ୍ଥଳରେ ଉଜ୍ଜ୍ୱଳ ପହଞ୍ଚି ପ୍ରଥମ ପତ୍ନୀ ସବିତାଙ୍କୁ ଗାଳି କରିଥିଲା । ବିବାଦ ଅଧିକ ବଢ଼ିବାରୁ ଜେବା ଓ ଉଜ୍ଜ୍ୱଳ ମିଶି ସବିତାଙ୍କୁ ଧରିପକାଇଥିଲେ ଓ କିରୋସିନି ଢ଼ାଳି ନିଆଁ ଲଗାଇଦେଇଥିଲେ । ନିଆଁରେ ଜଳି ଜଳି ସବିତା ପାଖରେ ଥିବା ପୋଖରୀରେ ଡ଼ିଆଁମାରିଥିଲେ ଓ ନିଜ ଜୀବନ ବଞ୍ଚାଇଥିଲେ । ସବିତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ବେଳେ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ଘଟଣା ପରେ ଉଜ୍ଜ୍ୱଳ ଓ ଜବା ଫେରାର ହୋଇଛନ୍ତି | ପୋଲିସ ସେମାନଙ୍କୁ ଖୋଜିବା ପାଇଁ ଛାନଭିନ୍ ଜାରି ରଖିଛି । ପୋଲିସର ସୂଚନାନୁସାରେ, ଉଜ୍ଜ୍ୱଳା ମଣ୍ଡଳ ନାମକ ଜଣେ ବ୍ୟକ୍ତି ଗଜ ୧୭ ବର୍ଷ ପୂର୍ବେ ସବିତା ମଣ୍ଡଳଙ୍କୁ ବିବାହ କରିଥିଲା । ସେମାନଙ୍କର ୨ଟି ପିଲା ଥିବା ବେଳେ ଗତ ୧୫ ବର୍ଷ ଧରି ସେମାନଙ୍କ ସମ୍ପର୍କ ଠିକ୍ ଚାଲିଥିଲା । କିନ୍ତୁ ଦେଢ଼ ବର୍ଷ ପୂର୍ବେ ମହାରାଷ୍ଟ୍ରର ଜେବା ମଣ୍ଡଳଙ୍କ ସହ ସମ୍ପର୍କରେ ଆସିଥିଲା ଉଜ୍ଜ୍ୱଳ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଓ ସେ ଜେବାଙ୍କୁ ଦ୍ୱିତୀୟ ବିବାହ କରିଥିଲା
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଡିଲିମିଡେଶନକୁ ନେଇ ଚେନ୍ନାଇରେ ଏକଜୁଟ ହେଲେ ବିରୋଧୀ……
ଆମେରିକାରେ ରହୁଥିବା ଭାରତୀୟ ସେଠାକାର ନିୟମ ମାନିବା ଉଚିତ୍….