Report Card Odisha

| Daily Odia News

କୋଭାକ୍ସିନ ଯୋଗାଣକୁ ବାତିଲ କଲା ‘ହୁ’……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ କରୋନା ଟିକା କୋଭାକ୍ସିନ ‌ଯୋଗାଣକୁ ବାତିଲ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏନେଇ ସଂଗଠନ ପକ୍ଷରୁ କୁହାଯାଇଛି ଯେ କୋଭାକ୍ସିନରେ କିଛି ଅଭାବ ରହିଥିବା ଯାଞ୍ଚ ପ୍ରକ୍ରିୟାରୁ ଜଣାପଡ଼ିଛି। ତେବେ ଏହି ଅଭାବଟି କ’ଣ ସେ ସଂପର୍କରେ ହୁ କିଛି ସ୍ପଷ୍ଟ କରିନାହିଁ। କିନ୍ତୁ ଜାତିସଂଘ ଏଜେନ୍ସିଗୁଡ଼ିକ ଜରିଆରେ ଭାରତୀୟ ଟିକାର ଯୋଗାଣକୁ ବାତିଲ କରିଛି। ହୁ ମଧ୍ୟ ବିଭିନ୍ନ ଦେଶକୁ କହିଛି ଯେ ସେମାନେ ଭାରତୀୟ ଟିକା କୋଭାକ୍ସିନ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। କିନ୍ତୁ ସେହି ବିହିତ କାର୍ଯ୍ୟାନୁଷ୍ଠାନଟା କ’ଣ ଓ କିଭଳି ହେବ ସେ ବାବଦରେ ମଧ୍ୟ ହୁ କିଛି ବି ଉଲ୍ଲେଖ କରିନଥିବାରୁ ଏହି ନିଷ୍ପତ୍ତି ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ହାଇଦ୍ରାବାଦର ଫାର୍ମା କମ୍ପାନି ଭାରତ ବାୟୋଟେକ୍ କହିଛି ଯେ, ହୁ’ର ପଦକ୍ଷେପ କୋଭାକ୍ସିନର ଫଳପ୍ରଦତା ଓ ନିରାପତ୍ତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଯେଉଁ କୋଟି କୋଟି ଲୋକ କୋଭାକ୍ସିନ ଟିକା ନେଇଛନ୍ତି ସେମାନଙ୍କର ଟିକାକରଣ ସାର୍ଟିଫିକେଟ ବି ବୈଧ ରହିବ। କୋଭାକ୍ସିନ କେତେ ପ୍ରଭାବୀ ସେ ବାବଦରେ ବିଭିନ୍ନସ୍ତରରେ ହୋଇଥିବା ନୈଦାନିକ ପରୀକ୍ଷଣ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଏବଂ ଏ ବାବଦ ଅଧ୍ୟୟନ ମଧ୍ୟ ଉପଲବ୍ଧ ଅଛି। ହୁ ୨୦୨୧ ନଭେମ୍ବର ୩ରେ କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ହୁ କହିଥିଲା ‌ଯେ ଏହି ଟିକା ବେଶ୍ ଫଳପ୍ରଦ ଓ ନିରାପଦ। ଏହାପରେ ବିଶ୍ବର ଅଧିକାଂଶ ରାଷ୍ଟ୍ର ଭାରତୀୟ ଟିକାର ବହୁଳ ବ୍ୟବହାର କରିଥିଲେ। କିନ୍ତୁ ଏବେ ହଠାତ ଏଭଳି ନିଷ୍ପତ୍ତି କାହିଁକି ନେଲା ତାହା ଜଣାପଡ଼ି ନାହିଁ।

 

Breaking News