Report Card Odisha

| Daily Odia News

ଓଲଟିଲା ଯାତ୍ରୀବାହୀ ବସ୍‍,୩ ମୃତ, ୩୦ ଆହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏକ ଯାତ୍ରୀବାହୀ ବସ୍‍ ଓଲଟି ୩ ଜଣ ଯାତ୍ରୀଙ୍କ ର ମୃତ୍ୟୁ ହୋଇଥିବା ବେଳେ ୩୦ ଯାତ୍ରୀ ଆହତ ହୋଇଛନ୍ତି | ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଅଯୋଧ୍ୟାର କେଣ୍ଟ କୋତବାଲୀ ଅନ୍ତର୍ଗତ ମୁମତାଜ ନଗର ନିକଟକରେ |  ଖବର ପାଇ ଉଦ୍ଧାରକାରୀ  ଟିମ  ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହାପରେ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତଦେହ ଉଦ୍ଧାର କରି ପରିଜନଙ୍କୁ ସୂଚନା ଦିଆଯାଇଛି। ଅଯୋଧ୍ୟା-ଳଖନଉ ରାଜପଥରେ ଗୋଟିଏ ଯାନକୁ ଓଭରଟେକ୍‍ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ବସ୍‍ଟି ଦିଲ୍ଲୀରୁ ସିଦ୍ଧାର୍ଥନଗର ଯାଉଥିବା ସମୟରେ ଓଲଟି ପଡିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିଜନ ପ୍ରତି ସମବେଦନା ଜଣାଇଥିବା ଦୁଇ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Breaking News