ରିପୋର୍ଟ କାର୍ଡ / ଗଂଜାମ
ଆଜି ଭଞ୍ଜନଗରରେ ଆଜି ହୋଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବାପ ଓ ୨ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ନାତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଙ୍ଗପୁର ଥାନା ଇନ୍ଦନପୁରରେ ବାଇକକୁ ଧକ୍କା ଦେଇଥିଲା ଭ୍ୟାନ୍ । ବାଇକରେ ୨ ଝିଅ ଓ ନାତିଙ୍କୁ ଧରି ମୁନିଗାଡ଼ରୁ ଗାଙ୍ଗପୁର ଯାଉଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି ଓ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।






More Stories
ଗଡ଼ିଲା ପୁରୀ-କୋରାପୁଟ ଏକ୍ସପ୍ରେସ…..
ଆଜି ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ…..
ଏଣିକି ବର୍ଷକୁ ୪ଟି ପରୀକ୍ଷା…..