ରିପୋର୍ଟ କାର୍ଡ / ପାରାଦ୍ବୀପ
ମାମୁ ପୁଅ ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଯୁବକ ନଦୀରେ ବୁଡ଼ିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦମକଳବାହିନୀ ଖୋଜି ଖୋଜି ନୟାନ୍ତ ହେଲେଣି। ଏପରି ହୃଦୟ ବିଦାରକ ଘଟଣା ଆଜି ସକାଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଘଟିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି ଆଶୁତୋଷ ମହାପାତ୍ର । ଆଶୁତୋଷଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ପଳାସପୁରରେ ହୋଇଥିବା ବେଳେ ସେ ଯୁକ୍ତ ୨ ଛାତ୍ର। ମାମୁ ପୁଅ ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଗତକାଲି କୁଜଙ୍ଗ ସାହାରାଡିହା ଆସିଥିଲେ। ଆଜି ସକାଳେ ପ୍ରାୟ ୮ଟାରେ ଆଶୁତୋଷ ଜଣେ ସମ୍ପର୍କୀୟଙ୍କ ସହ ପାଇକା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗୋଡ଼ ଖସିଯିବାରୁ ୨ ଯୁବକ ବୁଡ଼ି ଯାଉଥିଲେ। ଏହାଦେଖି ସେଠାରେ ମାଛ ମାରୁଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଶୁତୋଷଙ୍କ ପତ୍ତା ମିଳିପାରିନି। ଖବର ପାଇ କୁଜଙ୍ଗ ପୁଲିସ୍ ଓ ଦମକଳବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରେ ବି ଆଶୁତୋଷଙ୍କର ପତ୍ତା ମିଳିପାରିନି । ପରିବାର ଲୋକେ ଆଶା ଆଶଙ୍କାର ସହ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……