ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଥର ନିନ୍ଦ୍ୱର୍ନ୍ଦରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ଭାବରେ ରୁକୁଣା ରଥ ପାଳିତ ହୋଇଥିଲା | କିନ୍ତୁ ଚଳିତ ବର୍ଷ ରୁକୁଣା ରଥଯାତ୍ରାରେ ଯୋଗଦେବେ ସାଧାରଣ ଭକ୍ତ । ସୂଚନା ଅନୁଯାୟୀ, ଏପ୍ରିଲ ୯ରେ ଆରମ୍ଭ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା । ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସହ ସମନ୍ୱୟ ବୈଠକରେ ରଥାଯାତ୍ରାର ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ୯ ତାରିଖ ଦିନ ୧୨ଟା ୩୦ ରୁ ୧ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥାରୂଢ ନୀତି ହେବ ଏବଂ ଅପରାହ୍ନ ୩ଟା ୩୦ ରୁ ରଥଟଣା ଆରମ୍ଭ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିଭଳି ବାହୁଡ଼ା ଯାତ୍ରା ୧୩ରେ ହେବା ନେଇ ମଧ୍ୟ ନିଷ୍ପତ୍ତି । ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ବୈଠକରେ ଉପ-ଜିଲ୍ଲାପାଳ, ବିଏମସି ଅତିରିକ୍ତ କମିଶନର ବୈଠକରେ ସାମିଲ୍ ।
More Stories
ଜେଲ୍ ଗଲେ ରାଜା, ରହିଛି ବହୁ ବଡ ବଡିଆଙ୍କ ସମ୍ପୃକ୍ତି…..
୧୨ରୁ ୧ଟା ସୁଦ୍ଧା ସରିବ ହୋଲି ଖେଳ…..
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବିସ୍ଫୋରଣ….