Report Card Odisha

| Daily Odia News

ଭାରତ ଆସିବେ ବୋରିସ୍ ଜନ୍‌ସନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ ଚଳିତ ମାସ ଶେଷ ସୁଦ୍ଧା ଭାରତ ଗସ୍ତରେ ଆସିବାକୁ ଯୋଜନା କରୁଛନ୍ତି। ଭାରତ-ଆମେରିକା ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବୁଝାମଣାର ପୃଷ୍ଠଭୂମି ଉପରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏହି ଗସ୍ତ ମଜବୁତ କରିବ ବୋଲି ଅନୁମାନ କରାଯାଉଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଗତ ଦୁଇବର୍ଷ ହେଲା ବୋରିସ୍‌ଙ୍କ ଭାରତ ଗସ୍ତ ବାତିଲ ହୋଇ ଆସିଛି। ଗତ ମାସରେ ବୋରିସ୍ ଜନସନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ଭାରତ ଏବଂ ବ୍ରିଟେନର ସୁଦୃଢ଼ ଏବଂ ସମୃଦ୍ଧ ସମ୍ପର୍କକୁ ଉଭୟେ ସ୍ୱାଗତ କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିରାପତ୍ତା ଏବଂ ବ୍ୟାବସାୟିକ ସମ୍ପର୍କ ବୁଝାମଣା ଜାରି ରଖିବାକୁ ରାଜି ହୋଇଥିଲେ। ସେମାନେ ଖୁବ୍‌ଶୀଘ୍ର ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

Breaking News