ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ରୀଷ୍ମପ୍ରବାହରେ ଡହଳ ବିକଳ ଗାଁ ଠୁ ସହର । ଅଧିକାଂଶ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି | ରାଜ୍ୟବାସୀ ଙ୍କୁ ଆଶ୍ୱସ୍ତି ଦେବ ବର୍ଷା | ଆସନ୍ତା ଦିନରେ ରାଜ୍ୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ୍ତ କୁମାର ମହାପାତ୍ର । ଏହି ପରୀପ୍ରେକ୍ଷୀରେ ୯ଟି ଜିଲ୍ଳାକୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି । ମାଲକାନାଗିରି, କୋରାପୁଟ, କନ୍ଧମାଳ, ରାୟଗଡା ସମେତ କଳାହାଣ୍ଡି ଆଦି ଜିଲ୍ଳାକୁ ମିଳିଛି ସତର୍କ ସୂଚନା । ସେହିପରି ଗଜପତି, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାକୁ ମଧ୍ୟ ଏସଆରସି ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସାଙ୍ଗକୁ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସତର୍କ ସୂଚନା ଜାରି କରିଛନ୍ତି ଶ୍ରୀ ମହାପାତ୍ର । ବଜ୍ରପାତ ଏବଂ ବର୍ଷା ସମୟରେ ବାହାରକୁ ନ ବାହାରିବା ପାଇଁ ଏସଆରସି ପରାମର୍ଶ ଦେଇଛନ୍ତି ।
More Stories
‘Gen-Z ବଞ୍ଚାଇବ ସମ୍ବିଧାନ: ରାହୁଲ…..
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……