ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ଦୁଇବର୍ଷ ହେବ କରୋନା ମହାମାରୀ ପାଇଁ ଶିକ୍ଷା ପ୍ରଭାବିତ ହୋଇଛି | କରୋନା ସ୍ଥିତିରେ ସୁଧାର ଆସିବା ପରେ ଫେବୃଆରୀ ୨୮ରୁ ପ୍ରାଥମିକ ପିଲାଙ୍କ ସ୍କୁଲ ଖୋଲିଛି। ମାତ୍ର ପାଠପଢ଼଼ା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସମୟରେ କିପରି ବାର୍ଷିକ ପରୀକ୍ଷା ପରିଚାଳନା ହେବ ତାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସରକାରୀ ଏବଂ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲଗୁଡିକରେ ପାଠପଢ଼଼ା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ପରୀକ୍ଷା ଲାଗି କ’ଣ ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ କୌଣସି କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇପାରି ନାହିଁ।ପୂର୍ବ ବର୍ଷ ପରି ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ନୂଆ ଶିକ୍ଷା ବର୍ଷରେ ଲାଗି ପିଲାଙ୍କ ନାମଲେଖା କେବେ ହେବ ଏହାର ମଧ୍ୟ କୌଣସି ସୂଚନା ନାହିଁ। ଶିକ୍ଷକଙ୍କ ମହଲରେ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ପାଇଁ ଅଭିଭାବକ ଓ ଶିକ୍ଷକ ସଂଘ ପକ୍ଷରୁ ଦାବି ହେଉଛି। ମାର୍ଚ୍ଚରେ ପୁରୁଣା ଶିକ୍ଷା ବର୍ଷ ଶେଷ ହୋଇଥିବାବେଳେ ସାଧାରଣତଃ ନୂଆ ଶିକ୍ଷା ବର୍ଷ ଏପ୍ରିଲରୁ ଆରମ୍ଭ ହୁଏ। ନୂଆ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ହେଲେ ରାଜ୍ୟରେ ନୂଆ ଶିକ୍ଷା ବର୍ଷ କେବେ ଆରମ୍ଭ ହେବ ଦ୍ୱନ୍ଦ୍ୱ ଲାଗି ରହିଛି |
More Stories
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର…..
ରାଜ୍ୟ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡି…..
ଆଇଆଇସିଙ୍କୁ ପିଟିଲେ ମଦ ମାଫିଆ…..