ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ମଞ୍ଜୁଲତା ଡେପୁଟି ମେୟର ହୋଇଛନ୍ତ । ମେୟର ସୁଲୋଚନା ଦାସ ଓ ଅନ୍ୟ କର୍ପୋରେଟରମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏବେ ଦୁଇ ମହିଳା ନେତ୍ରୀଙ୍କ ଦଖଲରେ ବିଏମସି। ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁସାରେ ଶନିବାର ୨୨ ନଂ ୱାର୍ଡର କର୍ପୋରେଟର ମଞ୍ଜୁଲତା କହଁର ଡେପୁଟି ମେୟର ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ସୁଲୋଚନା ଦାସ ମେୟର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଜଣେ ପୁରୁଷଙ୍କୁ ଡେପୁଟି ମେୟର କରିବା ନେଇ ଆଶା କରାଯାଉଥିଲା। ତେବେ ଶେଷରେ କଳ୍ପନା ଜଳ୍ପନାର ଅବସାନ ଘଟାଇ ମଞ୍ଜୁଲତା ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି।






More Stories
ଆଜିଠୁ ଘର ଘର ବୁଲି ଜନଗଣନା…..
ବିହାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ…..
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..