ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଦଳର ଦୁର୍ବଳ ପ୍ରଦର୍ଶନ ପରେ ଓଡ଼ିଶା ପିସିସି ସଭାପତି ପଦରେ ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ନୂତନ ପିସିସି ସଭାପତିଙ୍କ ନିଯୁକ୍ତି ପାଇଁ କଂଗ୍ରେସ ହାଇକମାଣ୍ଡ ସ୍ଥିର କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି ମନୋନୟନ ଲାଗି ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ ପ୍ରକ୍ରିୟା ଆରମ୍ଭ ହେଉଛି । ଗତ ସପ୍ତାହରେ ସଂସଦର ବଜେଟ ଅଧିବେଶନ ଶେଷ ହେବା ପରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଚେଲାକୁମାର ସମ୍ପ୍ରତି ତାମିଲନାଡୁ ଅନ୍ତର୍ଗତ ନିଜ ନିର୍ବାଚନମଣ୍ଡଳୀ କ୍ରିଷ୍ଣାଗିରି ଗସ୍ତରେ ଅଛନ୍ତି। ଦୁଇ ତିନି ଦିନ ମଧ୍ୟରେ ଦିଲ୍ଲୀ ଫେରିବା ପରେ ନୂତନ ପିସିସି ସଭାପତି ନିଯୁକ୍ତି ନେଇ ଦଳୀୟ ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ବିଚାରବିମର୍ଶ କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ। ସ୍ୱାସ୍ଥ୍ୟଗତ କାରଣରୁ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଦଳୀୟ ବିଶୃଙ୍ଖଳା ଦୃଷ୍ଟିରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ପିସିସି ସଭାପତି ପଦରେ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। କଂଗ୍ରେସର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ନୂତନ ସଭାପତି ଚୟନ କରିବାକୁ ଖୋଦ୍ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..