ରିପୋର୍ଟ କାର୍ଡ / କଟକ
କଟକ ଯୋଵ୍ରା ଵ୍ୟାରେଜ ନିକଟ ମହାନଦୀରେ ନିଖୋଜ ୨ ଯୁବକଙ୍କ ଏଯାଏ ମିଳିନି ପତ୍ତା । ସକାଳୁ ପୁଣି ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ-ରବିବାର ଯୋବ୍ରା ଆନିକଟ ନିକଟରେ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ୩ ସାଙ୍ଗ । ଗୁରୁତର ଅବସ୍ଥାରେ ଜଣକୁ ଉଦ୍ଧାର କରାଯାଇଥିଲା । ପରେ ଉଦ୍ଧାର ଯୁବକଙ୍କୁ ଏସସିବିରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ଚୂନ ଭାଟି ଚାରି ଘରିଆର ସାହିଲ ଖାନ୍ । ନିଖୋଜ ଅନ୍ୟ ୨ ଜଣଙ୍କୁ ଖୋଜୁଛି ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ । ସେମାନେ ହେଲେ ଯୋଵ୍ରା ଚାରିଘରିଆ ସାହିର ମହମ୍ମଦ୍ ସିଦ୍ଦିକ୍ ଓ ଆୟୁର ଖାନ୍। ଖରାଦିନେ ପାଣିରେ ପ୍ରଖର ସୁଅ ନଥିଲେ ମଧ୍ୟ ଆନିକଟ ନିକଟରେ ଅକାତ ପାଣି। ସେହିପରି ସ୍ଥାନୀୟ ଲୋକଙ୍କ କହିଵା ଅନୁସାରେ, ରବିବାର ଅପରାହ୍ନରେ ୭ ଜଣ ଯୁଵକ ଗାଧୋଇବା ପାଇଁ ଏହି ଘାଟକୁ ଆସିଥିଲେ। ୩ ଜଣ ଯୁଵକ ନଦୀ ମଝିକୁ ଚାଲିଯାଇଥିଲେ ଏବଂ ହଠାତ ଵୁଡି ଯାଇଥିଲେ। କୂଳରେ ଥିବା ଯୁଵକ ମାନେ ଏ ଵାଵଦରେ ସ୍ଥାନୀୟ ଲୋକଙ୍କୁ ଖଵର ଦେଇଥିଲେ। ସ୍ଥାନୀୟ ଲୋକ ମାନଙ୍କ ପ୍ରୟାସରେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ ନିଖୋଜ ଛୋଟୁ ଓରଫ୍ ଆୟୁର ଖାନଙ୍କ ଷ୍ଟାଟସକୁ ନେଇ ଏଵେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଛୋଟୁର ସାଙ୍ଗଙ୍କ କହିଵା ଅନୁସାରେ ଛୋଟୁ ଫେସଵୁକରେ ଷ୍ଟାଟସ୍ ଅପଡେଟ୍ କରି ଲେଖିଥିଲେ, ସଵନେ ମୁଝେ ଛୋଡ୍ ଦିୟା,ଅଵ୍ ମୁଝେ ଜାନେ ଦୋ ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..