Report Card Odisha

| Daily Odia News

ମହାନଦୀରୁ ମିଳିଲା ଆଉ ଜଣେ ନାବାଳକଙ୍କ ମୃତଦେହ…..

ରିପୋର୍ଟ କାର୍ଡ / କଟକ

ଗତକାଲି ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇ ଗତକାଲି ୩ ନାବାଳକ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଉଦ୍ଧାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଆୟୁର ଖାନ । ଏବେ ବି ଆଉ ଜଣେ ନିଖୋଜ ଥିବା ସୂଚନା ମିଳିଛି | ତକାଲି ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ ଖାନ, ସାଜିକ୍ ମଜିଦ୍ ଓ ଆୟୁର ଖାନ୍ ଘରେ ମିଛ କହି ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ।

Breaking News