ରିପୋର୍ଟ କାର୍ଡ / କଟକ
ଗତକାଲି ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇ ଗତକାଲି ୩ ନାବାଳକ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଉଦ୍ଧାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଆୟୁର ଖାନ । ଏବେ ବି ଆଉ ଜଣେ ନିଖୋଜ ଥିବା ସୂଚନା ମିଳିଛି | ତକାଲି ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ ଖାନ, ସାଜିକ୍ ମଜିଦ୍ ଓ ଆୟୁର ଖାନ୍ ଘରେ ମିଛ କହି ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….