Report Card Odisha

| Daily Odia News

ୟୁରୋପ ଗୋଟେ ଅପରାହ୍ନରେ ଯେତିକି ତୈଳ କିଣୁଛି, ଆମେ ଗୋଟେ ମାସରେ ମଧ୍ୟ ସେତିକି କିଣୁ ନାହୁଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଗତକାଲି ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ବିଶେଷ ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ବୈଠକରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରୁଷ ପ୍ରତି ଭାରତର କୋହଳ ଆଭିମୁଖ୍ୟକୁ ନାପସନ୍ଦ କରୁଥିବା ଆମେରିକା ଗତକାଲି ଭାରତର ପ୍ରଶଂସା କରିଥିଲା। ହେଲେ ଭାରତ-ଆମେରିକା ୨+୨ ମନ୍ତ୍ରିସ୍ତରୀୟ ଆଲୋଚନା ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ଜେ ବ୍ଲିଙ୍କେନ୍ ରୁଷରୁ ଭାରତ ତୈଳ କିଣିବା ପ୍ରସଙ୍ଗ ଉଠାଇଥିଲେ। ଭାରତ ଏତେ ମାତ୍ରାରେ ରୁଷରୁ ତୈଳ କିଣିବା ଉଚିତ୍ ନୁହେଁ ବୋଲି କହିଥିଲେ ଆଣ୍ଟୋନି ଜେ ବ୍ଲିଙ୍କେନ୍। ସେ କହିଥିଲେ ଯେ, ପ୍ରତି ଦେଶର ଭିନ୍ନ ଭିନ୍ନ ଆବଶ୍ୟକତା ରହିଛି। ନିଜ ଦେଶ ପାଇଁ ଜରୁରୀ ଜିନିଷ ଆମଦାନୀ କରିବାରେ କୌଣସି ଭୁଲ ନାହିଁ। ହେଲେ ରୁଷରୁ ଏତେ ମାତ୍ରାରେ ତୈଳ ନକିଣିବାକୁ ଆମେ ଆମର ସମସ୍ତ ସହଯୋଗୀ ଦେଶକୁ ଅନୁରୋଧ କରୁଛୁ। ଭାରତ ମଧ୍ୟ ଏଥିରେ ସାମିଲ ଅଛି। ଏହାର ଜବାବରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଥିଲେ ଯେ, ଯଦି ଆପଣ ରୁଷରୁ ତୈଳ କ୍ରୟ କରିବା ବିଷୟରେ କହୁଛନ୍ତି, ତେବେ ମୁଁ ପରାମର୍ଶ ଦେବି ଯେ ଆପଣଙ୍କର ଧ୍ୟାନ ୟୁରୋପ ଉପରକୁ ଯିବା ଦରକାର। କାରଣ ୟୁରୋପ ଗୋଟେ ଅପରାହ୍ନରେ ଯେତିକି ତୈଳ କିଣୁଛି, ଆମେ ଗୋଟେ ମାସରେ ମଧ୍ୟ ସେତିକି କିଣୁ ନାହୁଁ।

 

 

 

 

Breaking News