Report Card Odisha

| Daily Odia News

ସିସି କ୍ୟାମେରା ନଥିଲେ ପରୀକ୍ଷା କେନ୍ଦ୍ର ବାତିଲ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଥିଓରୀ ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିଷଦର ପରୀକ୍ଷା ନିୟନ୍ତ୍ରକ ଏନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ତୁରନ୍ତ କ୍ୟାମେରା ଲଗାଇବାକୁ କୁହାଯାଇଛି। ଯେଉଁ କନିଷ୍ଠ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ନାହାନ୍ତି ସେମାନେ ଆସନ୍ତା ୧୮ ତାରିଖ ସୁଦ୍ଧା ସିସି କ୍ୟାମେରା ଲଗାଇବା ସହ ଏହାର ଲିଙ୍କ୍‌ ସାମ୍ସ ଇ-ସ୍ପେସ୍‌ରେ ଦାଖଲ କରିବେ। ସେହିପରି ଯେଉଁଠି ସିସି କ୍ୟାମେରା ନଥିବ ସେହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ଉତ୍ତର ଖାତା ଓ ମାର୍କ ଫଏଲ୍‌ ଗ୍ରହଣ କରାଯିବ ନାହିଁ। ଯେଉଁ ପରୀକ୍ଷା କେନ୍ଦ୍ର ସିସିଟିଭି ନ ଲଗାଇବେ ଉକ୍ତ ପରୀକ୍ଷା କେନ୍ଦ୍ରକୁ ବାତିଲ୍‌ କରି ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।

Breaking News