ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି କୋଟିଆ ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏଠାକାର ଥାନା,ଡାକ୍ତରଖାନା ସହ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପାଇଁ ସରକାରଙ୍କ ତରଫରୁ ଚାଲିଥିବା ଅନେକ ପ୍ରକଳ୍ପ ଉପରେ ସମୀକ୍ଷା ବୋଲି ସୂଚନା ମିଳିଛି | ତେବେ କୋଟିଆ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଦେଓମାଳୀ ଯିବେ । କୋଟିଆ ଗସ୍ତ ସାରି ନକ୍ସଲ ପ୍ରବଣ ନାରାୟଣପାଟଣା ଓ ବନ୍ଧୁଗାଁ ବି ଯାଇ ଅନେକ ପ୍ରକଳ୍ପ କାମର ସମୀକ୍ଷା କରିବେ । କୋଟିଆକୁ ପଛୁଆ ଦର୍ଶାଇ ପଡୋଶୀ ଆନ୍ଧ୍ର ପାର୍ବତୀପୁରମ ଜିଲ୍ଲାରେ ଏହାକୁ ନିକଟରେ ସାମିଲ କରିଛି । ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ କୋଟିଆ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଅନେକ ପ୍ରକଳ୍ପ କାମ ନିର୍ମାଣ ସରିଛି। ଆଉ କିଛି ସରିବା ଉପରେ। ତେବେ କୋଟିଆ ଛାତ୍ରଛାତ୍ରୀ ଆନ୍ଧ୍ର ମୁହାଁ ହେଉଥିବାରୁ କୋଟିଆ ପଂଚାୟତ ପାଇଁ ସ୍ବତନ୍ତ୍ର ଭାବେ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ ନିର୍ମାଣ କରୁଛନ୍ତି । ଏଠାରେ ଛାତ୍ରଛାତ୍ରୀ ମାନେ ଖୁବଶୀଘ୍ର ଇଂରାଜୀ ମାଧ୍ୟମରେ ସିବିଏସସି ବୋର୍ଡର ପାଠ୍ୟକ୍ରମ ପଢିବେ । ତେଣୁ ଏହି ଆଦର୍ଶ ବିଦ୍ୟାଳୟର ସ୍ଥିତି ଓ ଅଗ୍ରଗତି ଅନୁଧ୍ୟାନ କରିବେ ମୁଖ୍ୟ ଶାସନ ସଚିବ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….