ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ରାକ୍ରୁ ଖସିଲା ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସ । ଲାଇନଚ୍ୟୁତ ହେବା କରାଣରୁ ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସର ୩ଟି ବଗି ତଳକୁ ଖସିପଡ଼ିଛି । ମାଟୁଙ୍ଗା-ଦାଦର ଷ୍ଟେସନ ମଝିରେ ଲାଇନଚ୍ୟୁତ ହୋଇଛି ଏକ୍ସପ୍ରେସର ୩ଟି ବଗି । କ୍ରସିଂ ଟ୍ରାକରେ ୨ଟି ଟ୍ରେନ୍ ମଧ୍ୟରେ ସାମାନ୍ୟ ଧକ୍କା ପରେ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ରେଳ କ୍ରସିଂ ଟ୍ରାକ୍ରେ ଦୁଇଟି ଟ୍ରେନ୍ ମଧ୍ୟରେ ସାମାନ୍ୟ ଧକ୍କା ହେବା ପରେ ଟ୍ରକ୍ରୁ ଖସିଥିଲା ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସ । ହେଲେ ସୌଭାଗ୍ୟ ବସତଃ କୌଣସି ଯାତ୍ରୀଙ୍କ କିଛି ଅସୁବିଧା ହୋଇନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ରେଳ ବିଭାଗ ପକ୍ଷରୁ ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସର ଉଦ୍ଧାର କାମ ଜାରି ରହିଛି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….