ରିପୋର୍ଟ କାର୍ଡ / ମାହାଙ୍ଗା
ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ଅଭିଯୁକ୍ତ ଶିବ ସାହୁର ରିମାଣ୍ଡ ଅବଧି ଶେଷ ହେବ ପରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଛି ପୋଲିସ । ଆଜି ରବିବାର ଛୁଟି ଥିବାରୁ ଜେଏମ୍ ଏଫସିଙ୍କ ବାସଭବନରେ ଅଭିଯୁକ୍ତ ଶିବ ସାହୁକୁ ହାଜର କରାଯାଇଛି । ତେବେ କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତ ଶିବ ସାହୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଭିଯୁକ୍ତ ଶିବ ସାହୁକୁ ୩ ଦିନର ରିମାଣ୍ଡରେ ନେଇଥିଲା ମାହାଙ୍ଗା ପୋଲିସ । ରିମାଣ୍ଡ ସମୟରେ ଅଭିଯୁକ୍ତ ଶିବଠାରୁ ଅନେକ ତଥ୍ୟ ଓଗାଳିଛି ପୋଲିସ । ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ପାରିବାରିକ କଳହ ଏବଂ ଜମିଜମା ବିବାଦ କରାଣରୁ ବଡଭାଇ ପରିବାରର ୫ ଜଣଙ୍କ ହତ୍ୟା କରିଥିଲା ଅଭିଯୁକ୍ତ ଶିବ ସାହୁ । ସେ ଏକା ସମସ୍ତଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା । କିନ୍ତୁ ମୃତ ଅଲେଖ ସାହୁଙ୍କ ଶ୍ବଶୁର ଘର ଲୋକ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି । ସେପଟେ ମା ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ନେଇପାରେ ବୋଲି ମାହାଙ୍ଗା ଥାନା ଅଧିକାରୀ କହିଛନ୍ତି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….