Report Card Odisha

| Daily Odia News

ଗୋରୁ ବେପାରୀଙ୍କ ଉପରେ ଓଲଟି ପଡ଼ିଲା ଟ୍ରକ୍, ୩ ମୃତ…..

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ଗୋରୁ ବେପାରୀଙ୍କ ଉପରେ ଟ୍ରକ୍ ଓଲଟି ପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି | ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋୟୀ ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟରେ | ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ- ରାସ୍ତାକଡ଼ରେ ଛିଡ଼ା ହୋଇଥିବା ୪ଜଣ ଗୋରୁ ବେପାରୀଙ୍କ ଉପରେ ଏକ କେମିକାଲ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି | ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଝାରପୋଖରିଆର ଥାନା ଅନ୍ତର୍ଗତ ପଳାଶ ବଣି ଗାଁର ଶୁକ୍ରା ମହାଲି, ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ କଦମ୍ବଡିହା ଗାଁର ଶାଲ ଖାନ୍‌ ହାଂସଦା, ବେଡ଼ାକୁଦର ଗାଁର ଡୁକୁନ ମହାନ୍ତ। ଆହତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।

Breaking News