ରିପୋର୍ଟ କାର୍ଡ / ପୁରୀ
ପୁରୀକୁ ଜାଗା ଦର୍ଶନ କରିବାକୁ ଆସି ପୁଅ ସାମ୍ନାରେ ବାପା ସମୁଦ୍ରରେ ଭାସିଯାଇଥିଲେ | ଏହି ଦୁଃଖଦ ଘଟଣାଟି ଶନିବାର ଘଟିଥିବା ବେଳେ ଆଜି ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି | ଚନ୍ଦ୍ରଭାଗା ମେରାଇନ୍ ଥାନା ଅଧୀନ ବେଲେଶ୍ୱର ଓ ରାମଚଣ୍ଡୀ ମଝି ବେଳାଭୂମିରୁ ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଧୀନ ସଚିନା ଗ୍ରାମର ନିଖୋଜ ବଂଶୀଧର ବେହେରା ଙ୍କ ମୃତଦେହ ମିଳିଛି । ପୋଲିସ ତାଙ୍କ ଶବ ଜବତ କରିଛି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡିଛି | ଖବର ଅନୁଯାୟୀ, ଶନିବାର ସକାଳୁ ନିଖୋଜ ହୋଇଥିବା ବଂଶୀଧରଙ୍କୁ ସମ୍ପର୍କୀୟମାନେ ଖୋଜାଖୋଜି କରୁଥିଲେ । ରବିବାର ରାତିରେ ତାଙ୍କ ଶବ ବେଳାଭୂମିରେ ଲାଗିଥିବା ଦେଖିବାକୁ ପାଇଥିଲେ । ଚନ୍ଦ୍ରଭାଗା ମେରାଇନ୍ ଥାନା ଆଇଆଇସି ନୀଳିମା ପଟ୍ଟନାୟକ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି । ଏନେଇ ସେହି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ସୋମବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି ।






More Stories
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….