Report Card Odisha

| Daily Odia News

ବଦଳିପାରେ ନବୀନଙ୍କ କ୍ୟାବିନେଟ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କିଛିଦିନ ତଳେ ଶେଷ ହୋଇଛି ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ । ଉଭୟ ନିର୍ବାଚନରେ ଶାସନକ ବିଜେଡିର ଦମଦାର ବିଜୟ ହୋଇଛି । ତେବେ ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ତେଣୁ ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତ ୨୦୧୯ ନିର୍ବାଚନ ପୂର୍ବରୁ ଯେପରି ନବୀନ ନିଜ କ୍ୟାବିନେଟରେ ପରିବର୍ତ୍ତନ କରିଥିଲେ, ଅନୁରୂପ ଫର୍ମୂଲ ଚଳିତ ଥର ମଧ୍ୟ ଆପ୍ଲାଏ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା ସତ୍ୟତା କେତେ ତାହା ଆକଳନ କରିବା କଷ୍ଟକର । ନବୀନ ତାଙ୍କର ଟିମକୁ କେବେ ବଦଳାଇବେ ତାହା ତାଙ୍କର ନିଜସ୍ୱ ନିଷ୍ପତ୍ତି । ହୋଇପାରେ ସୁପ୍ରିମୋ ଆଉ କିଛି ଦିନ ଅପେକ୍ଷା କରିପାରନ୍ତି, ହୋଇପାରେ ପରିବର୍ତ୍ତନ କରି ନ ପାରନ୍ତି । ଯଦି ପରିବର୍ତ୍ତନ କରିବେ, ତେବେ କିଏ ପଦ ହରାଇବ ଆଉ କିଏ ନୂଆ ଦାୟିତ୍ୱ ନେବ ତାହା ହିଁ ଅସଲ ପ୍ରଶ୍ନ । କାରଣ ସୁପ୍ରିମୋଙ୍କ ତୀକ୍ଷଣ ଖଣ୍ଡା ଯେଉଁ ନେତାଙ୍କ ମୁଣ୍ଡରେ ବାଜିବା ତାଙ୍କର ମନ୍ତ୍ରୀ ପଦ ଯିବା ଥୟ । ତେବେ ନବୀନ ଏଥର କିଛି ନୂଆ ଚେହେରାଙ୍କୁ ନିଜ ଟିମରେ ସ୍ଥାନ ଦେଇ ପାରନ୍ତି । ଏ କ୍ଷେତ୍ରରେ ମହିଳା, ଯୁବକଙ୍କୁ ଗୁରୁତ୍ୱ ଦିଆଯାଇପାରେ । ପଞ୍ଚାୟତ ଓ ପୌର ନିର୍ବାଚନରେ ଯେଉଁ ସ୍ଥାନଗୁଡ଼ିକରେ ବିଜେଡି ଦୁର୍ବଳ ରହିଥିବା ପ୍ରମାଣିତ ହୋଇଛି ଉକ୍ତ ଅଞ୍ଚଳର ନେତାଙ୍କୁ ମନ୍ତ୍ରୀପଦ ମିଳିପାରେ । କେଉଁ ନେତାଙ୍କୁ ଦାୟିତ୍ୱ ଦିଆଗଲେ ଦଳ ଫାଇଦାରେ ରହିବ ସେ ନିଷ୍ପତ୍ତି ଖୋଦ୍ ସୁପ୍ରିମୋ ଗ୍ରହଣ କରିବେ ।

 

Breaking News