ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଅନେକ ଦେଶରେ ସଂକ୍ରମଣ ବଢିଥିବା ନେଇ ଦେଖିବାକୁ ମିଳିଛି | ଦିଲ୍ଲୀରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମାସ୍କ ପିନ୍ଧିବା ସହ କରୋନା ନିୟମ ପାଳନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ବର୍ତ୍ତମାନ ଠାରୁ ମାସ୍କ ନପିନ୍ଧିବା ଦ୍ୱାରା ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ବୈଠକରେ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ବିଦ୍ୟାଳୟ ଏବେ ଖୋଲାରହିବ। ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍କୁଲରେ ଏବେ କ୍ଲାସ ଜାରି ରଖାଯିବ। ପରିସ୍ଥିତି ସଠିକ ରଖିବା ପାଇଁ ନୂଆ ଗାଇଡଲାଇନ ଜାରି କରାଯିବ। ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ନହେବା ପାଇଁ ଏଯାଏଁ ପ୍ରତିବନ୍ଧକ ଲଗାଯାଇ ନାହିଁ। ମାତ୍ର ସମସ୍ତ ପରିସ୍ଥିତି ଉପରେ ନଜର ରଖାଯାଇଛି। ଆଗାମୀ ୧୫ ଯାଏଁ ହସ୍ପିଟାଲରେ ସଂକ୍ରମିତ ଭର୍ତ୍ତି ହେବା ଉପରେ ଦୃଷ୍ଟି ରଖାଯାଇଛି। ଆରଟିପିସିଆରରେ ପଜିଟିଭ ଚିହ୍ନଟ ହେଲେ ଉକ୍ତ ନମୁନାକୁ ଜିନୋମ ସ୍ୱିକେନସିଂ ପାଇଁ ପଠାଯିବ। ନମୁନା ପରୀକ୍ଷା ବୃଦ୍ଧି କରାଯିବ। ଲକ୍ଷଣ ଥିବା ସମସ୍ତ ବ୍ୟକ୍ତିଙ୍କର ଯାଞ୍ଚ କରାଯିବ। ଏହାସହ ଟିକାକରଣକୁ ମଧ୍ୟ ବୃଦ୍ଧି କରାଯିବ। ଅନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପ୍ରତି ଅଧିକ ନଜର ରଖାଯିବ। ଦିଲ୍ଲୀରେ ମଙ୍ଗଳବାର ସଂକ୍ରମଣ ହାର ୪.୪୨ ପ୍ରତିଶତ ସହ ୬୩୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସୋମବାର ୫୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..