Report Card Odisha

| Daily Odia News

ସରକାର ଆକାଉଣ୍ଟକୁ ୫୦୦୦ ଟଙ୍କା ଟ୍ରାନ୍ସଫର କରିବେ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସରକାର ଏକ ଖାସ ଯୋଜନା ଆଣିଛନ୍ତି , ଯେଉଁଥିରେ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ମିଳିବ । କିନ୍ତୁ ବିବାହିତ ହୋଇଥିଲେ ଆପଣଙ୍କୁ ଏହାର ଦ୍ୱିଗୁଣ ଅର୍ଥାତ୍ ୧୦,୦୦୦ ଟଙ୍କାେ ମିଳିବ। ଏହି ଟଙ୍କା ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ କରାଯିବ। ଏହି ଯୋଜନାର ନାମ ହେଉଛି ଅଟଳ ପେନସନ୍ ଯୋଜନା । ଏଥିରେ ଆପଣଙ୍କୁ ପ୍ରତି ମାସରେ ପେନସନ ସୁବିଧା ଦିଆଯାଏ । ଏହି ଯୋଜନା ଅଧୀନରେ ଉଭୟ ସ୍ୱାମୀ-ସ୍ତ୍ରୀ ରୋଜଗାର କରିପାରିବେ । ଏହା ବ୍ୟତୀତ ଯେକୌଣସି ବ୍ୟକ୍ତି ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବେ ।
ଜବରଦସ୍ତ ପେନସନ୍ ଯୋଜନା ବିଷୟରେ.
ବର୍ତ୍ତମାନ ସରକାର ଅଟଳ ପେନସନ୍ ଯୋଜନା ଅଧୀନରେ ୬୦ ବର୍ଷ ପରେ ମାସକୁ ୧୦୦୦ ରୁ ୫୦୦୦ ଟଙ୍କା ପେନସନ୍ ଗ୍ୟାରେଣ୍ଟି ଦେଉଛନ୍ତି । ସରକାରଙ୍କ ଏହି ଯୋଜନାରେ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତି ଆବେଦନ କରିପାରିବେ । ଏହି ଯୋଜନା ଅଧୀନରେ ଆକାଉଣ୍ଟରେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଯୋଗଦାନ କରିବା ପରେ ଆପଣଙ୍କୁ ଅବସର ପରେ ମାସିକ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦିଆଯିବ । ପ୍ରତି ୬ ମାସରେ କେବଳ ୧୨୩୯ ଟଙ୍କା ନିବେଶରେ ୬୦ ବର୍ଷ ବୟସ ପରେ ଆଜୀବନ ପ୍ରତିମାସରେ ୫୦୦୦ ଟଙ୍କା ଅର୍ଥାତ୍ ବାର୍ଷିକ ୬୦,୦୦୦ ଟଙ୍କା ପେନସନର ଗ୍ୟାରେଣ୍ଟି ଦେଉଛନ୍ତି ସରକାର ।

ସରକାରୀ ଯୋଜନା ସହିତ ଜଡିତ ଜରୁରୀ ସୂଚନା ;

– ଆପଣଙ୍କୁ ପେମେଣ୍ଟ ପାଇଁ ୩ ପ୍ରକାରର ପ୍ଲାନ ଚୟନ କରିପାରିବେ, ତାହା ହେଉଛି-ମାସିକ, ତ୍ରଇମାସିକ ଓ ୬ ମାସିକ ।

– ଇନକମ୍ ଟ୍ୟାକ୍ସ ଧାରା ୮୦ସିସିଡି ଅଧୀନରେ ଏଥିରେ ଟିକସ ଛାଡର ଲାଭ ମିଳିଥାଏ ।

– ଜଣେ ସଦସ୍ୟଙ୍କ ନାମରେ କେବଳ ୧ ଆକାଉଣ୍ଟ ଖୋଲାଯିବ ।

– ଯଦି ସଦସ୍ୟ ୬୦ ବର୍ଷ ପୂର୍ବରୁ କିମ୍ବା ପରେ ମରିଯାଏ, ତେବେ ପେନସନ୍ ରାଶି ପତ୍ନୀଙ୍କୁ ଦିଆଯିବ ।

– ଯଦି ଉଭୟ ସ୍ୱାମୀ-ସ୍ତ୍ର ମରିଯାଆନ୍ତି, ତେବେ ନୋମିନିଙ୍କୁ ପେନସନ ଦେବେ ସରକାର ।

Breaking News