ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକ ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଅନୁଷ୍ଠିତ ହେବ ବୈଠକ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଖବର ଅନୁଯାୟୀ, ଆସନ୍ତା ମେ ମାସ ତିନି ତାରିଖରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଥିବାରୁ ଶୃଙ୍ଖଳିତ ନୀତି କାନ୍ତି ଉପରେ ଆଲୋଚନା ହେବ। ଏହାସହ ଶ୍ରୀମନ୍ଦିର ବଜେଟ ୨୦୨୨-୨୩ ଅଟକଳ ଉପରେ ଆଲୋଚନା ହେବା ସହ କମିଟିର ଅନୁମୋଦନ ଲୋଡ଼ାଯିବ। ସେହିପରି ଆବାସ ଯୋଜନା ଉପରେ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି। ବଜେଟ ବ୍ୟତୀତ ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ପ୍ରସ୍ତାବିତ ଗୁରୁକୁଳ ଆଶ୍ରମ ଆଲୋଚନା ଓ ସ୍କଲ ନିର୍ମାଣ ଅଗ୍ରଗତି ଉପରେ ଅଲୋଚନା କରାଯିବ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ ମାନେ ଭାଗ ନେବେ।






More Stories
ଆଇଏଏସ୍ ସ୍ତରରେ ଅଦଳବଦଳ…..
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ….