Report Card Odisha

| Daily Odia News

ଭୁବନେଶ୍ୱରର ବଦଳିବ ଟ୍ରାଫିକ ନିୟମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରର ବଦଳିପାରେ ଟ୍ରାଫିକ ନିୟମ । ପୂର୍ବରୁ ରାଜଧାନୀର ୧୧ଟି ପ୍ରମୁଖ ଅଞ୍ଚଳରେ ଗାଡ଼ିର ବେଗ ଘଣ୍ଟା ପ୍ରତି ୫୦ କିମି ଅତିକ୍ରମ କଲେ ଫାଇନ୍ ଲାଗୁ ହେଉଥିଲା । ଏପରିକି ମେଡିକାଲ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଗାଡ଼ି, ପୋଲିସ ଗାଡ଼ି, ଆମ୍ବୁଲାନ୍ସ, ସରକାରୀ ଗାଡ଼ି ଚାଳକଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଥିଲା । ନିୟମ ଉଲ୍ଲଂଘନ କଲେ ମାଲିକଙ୍କ ମୋବାଇଲ ଫୋନକୁ ଚାଲାଣ ମେସେଜ୍ ଯାଉଥିଲା । ଖୁବଶୀଘ୍ର ଏହି ନିୟମ ବଦଳିପାରେ । କମିଶନରେଟ ପୋଲିସ ପକ୍ଷରୁ ରାଜ୍ୟ ପରିବହନ ବିଭାଗକୁ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ରାଜଧାନୀର ପଟିଆ, ନାକାଗେଟ୍, ପାୱାର ହାଉସ, କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ହସ୍ପିଟାଲ, କିଟ ଛକ, ଶାସ୍ତ୍ରୀ ନଗର, ରାଜମହଲ, ଟ୍ରାଇଡେଣ୍ଟ ହୋଟେଲ, ବାଣିବିହାରଠାରୁ ଶିଶୁଭବନ, ଶିଶୁ ଭବନ ଛକ, କିଟ କ୍ୟାମ୍ପସ ନମ୍ବର-୩ ଆଦି ସ୍ଥାନରେ କଟକଣା ଲାଗୁ ହୋଇଥିଲା । ତେବେ ନୂଆ ନିୟମ କାର୍ଯ୍ୟକାରୀ ହେବା ନେଇ କମିଶନରେଟ ପୋଲିସ ପକ୍ଷରୁ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯିବ । ମଞ୍ଜୁରୀ ମିଳିବା ପରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ରାଜଧାନୀର ୧୧ଟି ସ୍ଥାନରେ ଏଏନପିଆର/ଟିଭିଭିଏସ କ୍ୟାମେରା ଓ ସେନସର ଲଗା ଯାଇଥିଲା । ଉକ୍ତ ମେଶିନ ସହାୟତାରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କ ନିକଟକୁ ଚାଲାଣ ପଠାଯିବାର ବ୍ୟବସ୍ଥା ହୋଇଥିଲା ।

Breaking News