ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ ୨ ମାସ ଅଧିକଦିନ ହେବ ଲାଗିରହି ଥିବା ବେଳେ ଆସନ୍ତା ସପ୍ତାହରେ ରୁଷିଆ ଓ ୟୁକ୍ରେନ୍ ଗସ୍ତରେ ଯିବେ ଜାତିସଂଘ ମୁଖ୍ୟ । ଆସନ୍ତା ୨୬ ତରିଖ ଦିନ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ରୁଷିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୮ ତାରିଖରେ ଜାତିସଂଘ ମହାସଚିବ ୟୁକ୍ରେନ୍ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଦୁଇ ଦେଶକୁ ଗସ୍ତ କରିବା ସହ ଭ୍ଲାଦିମିର ପୁଟିନ ଓ ଜେଲେନସ୍କିଙ୍କ ସହ ଆଣ୍ଟୋନିଓ ଗୁଟେରେସ ଆଲୋଚନା କରିବେ । କୁହାଯାଉଛି ଏହି ଆଲୋଚନାରେ ରୁଷଆ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପ୍ରସଙ୍ଗ ଉଠାଯିବ । ଯୁଦ୍ଧ ଯୋଗୁ ଦୁଇ ଦେଶ ଅନେକ କ୍ଷତି ସହିଲେଣି । ଉଭୟଙ୍କର ଅନେକ ସୌନିକଙ୍କ ସହ ବହୁ ସାଧାରଣ ଲୋକଙ୍କ ମୃତ୍ୟୁ ହେଲାଣି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….