ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
ଲଭ୍,ସେକ୍ସ ଓ ଧୋକା ଭଳି ସଂଗୀନ ଅଭିଯୋଗ ଜଣେ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଆସିଛି | ପ୍ରଥମେ ପ୍ରେମ। ତା’ ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ଆଉ ଶେଷରେ ପ୍ରତାରଣା। ତହସିଲଦାରଙ୍କ ଠାରୁ ଏପରି ଧୋକା ଖାଇଛନ୍ତି ଜଣେ ଯୁବତୀ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଅତିରିକ୍ତ ତହସିଲଦାର ଥିବା ରୁପକ କୁଜୁର। ଗତକାଲି ଯୁବତୀଙ୍କ ଜଣଙ୍କ ରାଜଗାଙ୍ଗପୁର ଥାନାର ତାଙ୍କ ନାଁରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କର ଡାକ୍ତରୀମାଇନା କରି ଅତିରିକ୍ତ ତହସିଲଦାରଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ଅତିରିକ୍ତ ତହସିଲଦାର ରୁପକଙ୍କ ଘର ରାଜଗାଙ୍ଗପୁର ଥାନା ଲାଞ୍ଜିବାନା ଫାଣ୍ଡି ଅନ୍ତର୍ଗତ ଅଲଣ୍ଡା ଗାଁରେ। ସେ ନିଜ ଗାଁର ଜଣେ ଯୁବତୀଙ୍କୁ ୨୦୦୮ ମସିହାରୁ ପ୍ରେମ କରୁଥିଲେ। ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ପରେ ରୁପକ ଅନ୍ୟ ଜଣେ ମହିଳାଙ୍କୁ କୋର୍ଟରେ ବିବାହ କରିଥିବା ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ। ଯୁବତୀ ଜଣଙ୍କ ଏହି ବିଷୟରେ ରୁପକକୁ ପଚାରିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟ ବଚସା ହୋଇଥିଲା। ପରେ ଯୁବତୀ ଜଣଙ୍କ ଗତକାଲି ରୁପକଙ୍କ ନାଁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ରୁପକଙ୍କ ଡାକ୍ତରୀମାଇନା କରି ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏ ମାମଲାରେ ଅଭିଯୋଗକାରିଣୀ କିମ୍ବା ଅଭିଯୁକ୍ତଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।






More Stories
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ:ପାସ୍ ହାର ୯୫.୩୩%….
ରାଜ୍ୟରେ ୭ ଯାଏଁ କାଳବୈଶାଖୀ…..
ଆଜି ମାଟ୍ରିକ ପରୀକ୍ଷା ଫଳ…..