ରିପୋର୍ଟ କାର୍ଡ / ପୁରୀ
ପୁରୀରେ ପହଞ୍ଚିଲା ମହାପ୍ରଭୁଙ୍କ ପଞ୍ଚମ ପର୍ଯ୍ୟାୟ ରଥକାଠ। ଆଜି ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଆସିଛି ୧୧୪ ଖଣ୍ଡ ରଥକାଠ । ଦୁଇଟି ଟ୍ରକରେ ୧୨, ୨୦ ଓ ୪୦ ଫୁଟିଆ ଅସନ ଧଉରା ସହ ୧୦ ଖଣ୍ଡ ଫାସି କାଠ ଆସି ପହଞ୍ଚିଛି । ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକ ଥିବା ବେଳେ ପୂର୍ବରୁ ୮୦ ଖଣ୍ଡ ରଥକାଠ ବଳକା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୨୮ ଖଣ୍ଡ ରଥକାଠ ପୁରୀରେ ପହଞ୍ଚିଥିବା ବେଳେ ପର୍ଯ୍ୟାୟ କ୍ରମେ ରଥକାଠ ଆସି ପହଞ୍ଚିଯିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ କହିଛନ୍ତି। ସେପଟେ ଆସନ୍ତା ମେ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼କୁ ହଟାଯାଇ ଭୋଇ ସେବାୟତଙ୍କ ଦ୍ୱାର ରଥଖଳା ନିର୍ମାଣ କରାଯାଉଛି ।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….