ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ-ରୁଷିଆ ଯୁଦ୍ଧ କୁ ତୃତୀୟ ମାସ ଚାଲିଥିବା ବେଳେ ଆଜି ମସ୍କୋରେ ପୁଟିନଙ୍କୁ ଭେଟିବେ ମିଳିତ ଜାତିସଂଘ ମହାସଚିବ । ଯୁଦ୍ଧ ରୋକିବାକୁ ନେଇ ଉଭୟ ଦେଶଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଆଜି ପୁଟିନଙ୍କ ସହ ସାକ୍ଷାତ କରି ଆଲୋଚନା କରିସାରିବା ପରେ ପରବର୍ତ୍ତୀ ସମୟରେ ଜେଲେନସ୍କିଙ୍କ ସହ ମଧ୍ୟ ମିଳିତ ଜାତିସଂଘ ମହାସଚିବ ଆଲୋଚନା କରିବେ । ତେବେ ଯୁଦ୍ଧ ଯୋଗୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ୨୬୬୫ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୨ ଲକ୍ଷ ଲୋକ ୟୁକ୍ରେନ୍ ଛାଡ଼ିଥିବା ମିଳିତ ଜାତିସଂଘ କହିଛି । ଆଜି ଯୁଦ୍ଧର ୬୨ ଦିନରେ ମଧ୍ୟ ଉଭୟ ଦେଶଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ଆକ୍ରମଣ କରୁଛି ରୁଷ । ୟୁକ୍ରେନ୍ ମଧ୍ୟ ରୁଷକୁ କଡ଼ା ଜବାବ ଦେଉଥିବା ଦେଖିବାକୁ ମିଳୁଛି ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..