ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ସାଂସଦଙ୍କ ସୁପାରିଶ କ୍ରମେ ଏହି ବିଦ୍ୟାଳୟରେ ଆଡମିଶନ ଦିଆଯିବ ନାହିଁ। କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ସାଂସଦ କୋଟା ଦ୍ୱାରା ଆଡ଼ମିଶନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଆସୁଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ବିନା ପରୀକ୍ଷାରେ ସିଧାସଳଖ ଆଡମିଶନ ପାଇଁ ନୂତନ ନିୟମ ଜାରି କରିଛି। ନିୟମ ଅନୂଆସାରେ- ଯେଉଁ ପିଲାମାନଙ୍କର ଉଭୟ ପିତାମାତାଙ୍କର କରୋନା କାରଣରୁ ମୃତ୍ୟୁ ଘଟିଛି, କେନ୍ଦ୍ରୀୟ ବିଦ୍ୟାଳୟରେ ସେହି ପିଲାମାନଙ୍କର ଆଡମିଶନ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସୁପାରିଶ କ୍ରମେ କରାଯିବ ଏବଂ ଏହି ପିଲାମାନଙ୍କଠାରୁ କୌଣସି ଆଡମିଶନ ଫି ଆଦାୟ କରାଯିବ ନାହିଁ। ପ୍ରକାଶ ଥାଉକି, ଜଣେ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରତିବର୍ଷ କେନ୍ଦ୍ରୀୟ ବିଦ୍ୟାଳୟରେ ସର୍ବାଧିକ ୧୦ ଜଣ ପିଲାଙ୍କୁ ଆଡମିଶନ ପାଇଁ ସୁପାରିଶ କରିପାରିବେ | ଏହା ସହିତ ଏକ ଶ୍ରେଣୀରେ ସର୍ବାଧିକ ୨ଜଣ ପିଲାଙ୍କୁ ସୁପାରିଶ କରାଯାଇପାରିବ | କୋଭିଡ ଅନାଥ କୋଟାରେ ଆଡମିଶନ କରିଥିବା ପିଲାମାନେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିପାରିବେ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପିଲାମାନେ ମଧ୍ୟ କୌଣସି ପରୀକ୍ଷା ବିନା ଏହି ବିଦ୍ୟାଳୟରେ ଆଡମିଶନ ପାଇପାରିବେ | କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅନୁଯାୟୀ, ଯଦି କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କର ଚାକିରି ସମୟରେ ମୃତ୍ୟୁ ହୋଇଯାଉଛି ସେମାନଙ୍କ ପିଲାମାନେ ମଧ୍ୟ ସିଧାସଳଖ ଆଡମିଶନ ପାଇପାରିବେ। ଯେଉଁ ଯବାନମାନେ ପରମବୀର ଚକ୍ର, ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କିର୍ତ୍ତୀ ଚକ୍ର, ଶୌର୍ଯ୍ୟ ଚକ୍ର, ସେନା ପଦକ, ନୌସେନା ପଦକ କିମ୍ବା ବାୟୁସେନା ପଦକ ପାଈଥିବେ ସେମାନଙ୍କ ପିଲାମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ସିଧାସଳଖ ଆଡମିଶନ ପାଇବେ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..