Report Card Odisha

| Daily Odia News

ଜୁନ୍ ରୁ ଜୟପୁରରୁ ଉଡ଼ିବ ବିମାନ…..

ରିପୋର୍ଟ କାର୍ଡ / ଜୟପୁର

ଆସନ୍ତା ଜୁନ୍ ପ୍ରଥମ ସପ୍ତାହରୁ କୋରାପୁଟ ଜିଲ୍ଲା ଜୟପୁର ଏୟାରଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ। ପୂର୍ବତନ କୋରାପୁଟ ଜିଲ୍ଲପାଳ ତଥା କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି। ସେ ଜୟପୁର ବିମାନବନ୍ଦର ପରିଦର୍ଶନ କରି କହିଛନ୍ତି ଯେ ୯ଟି ଆସନ ବିଶିଷ୍ଟ ବିମାନ ପ୍ରଥମେ ଯାତ୍ରା କରିବ। ଜୟପୁରରୁ ଯାତ୍ରୀମାନେ ଭୁବନେଶ୍ୱର ଓ ବିଶାଖାପାଟଣାକୁ ଯାଇପାରିବେ। ଏଥିପାଇଁ ଯାତ୍ରୀଙ୍କୁ ରିହାତି ମଧ୍ୟ ମିଳିବ ବୋଲି ସେ କହିଛନ୍ତି। ସେ ଜୟପୁର ଏୟାରଷ୍ଟ୍ରିପ୍‌ ବୁଲି ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତି ସହ ଟର୍ମିନାଲ ବିଲିଡିଂ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଏହାସହ ଜିଲାର ପ୍ରଶାସନିକ ଅଧିକାରୀ ଓ ଏୟାରଷ୍ଟ୍ରିପର କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀମାନଙ୍କ ଆଲୋଚନା ଓ ସମୀକ୍ଷା କରିଥିଲେ। ଜୁନ ପ୍ରଥମ ସପ୍ତାହରୁ ପ୍ରାୟ ସେବା ଯୋଗାଇ ଦେବା ନେଇ ସମସ୍ତ ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଉଡ଼ିବ। ଏହାପରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଲେ ସେହି ଅନୁଯାୟୀ ଅଧିକ ସିଟ୍‌ ରହିବ। ବିମାନ ସେବା ଅଧିକାରୀ ଅରୁଣ ସିଂଙ୍କ ସୂଚନାନୁଯାୟୀ, ପ୍ରାୟତଃ ୨ ହଜାରରୁ ୨୫ ଶହ ଟଙ୍କା ଟିକଟ ମୂଲ୍ୟରେ ଜୟପୁର-ଭୁବନେଶ୍ୱର ବିମାନ ସେବା ଯାତ୍ରୀମାନଙ୍କୁ ମିଳିପାରିବ।

Breaking News