Report Card Odisha

| Daily Odia News

ଘାଟିରେ ଓଲଟିଲା ପିକ୍ଅପ୍,୫୦ ଆହତ……

ରିପୋର୍ଟ କାର୍ଡ / ଗଜପତି

ଗଜପତି ଜିଲ୍ଲା ମାର୍ଲବା ଘାଟିରେ ମେକ୍ସି ପିକ୍ଅପ୍ ଓଲଟି ପଡ଼ିବାରୁ ୫୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି କୁମୁଲାସିଂ ଗାଁରେ ବିବାହ ଭୋଜି ଥିଲା। ଗୁଣୁପୁର ବ୍ଲକ ସିନ୍ଧୁବା ଗାଁର ୫୦ରୁ ଅଧିକ ଲୋକ ପିକ୍‌ଅପ୍‌ ଭ୍ୟାନରେ ବିବାହ ଭୋଜିରେ ଯୋଗ ଦେବାକୁ କୁମୁଲାସିଂ ଗାଁକୁ ଯାଉଥିଲେ। ଏହି ସମୟରେ ମାର୍ଲବା ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାୟଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଗାଡ଼ିରେ ଡ୍ରାଇଭର ସମେତ ୫୦ ଜଣରୁ ଅଧିକ ଯାତ୍ରୀ ଥିଲେ।

 

Breaking News