ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏବେ ମଧ୍ୟ କୋଭିଡ୍ ଭୟର ଅବସାନ ଘଟିନାହିଁ। ତେଣୁ, ଜନସାଧାରଣ ଏହି ରୋଗ ଲାଗି ସମସ୍ତ ସତର୍କତା ମାନିବା ଉଚିତ | ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ‘ଭିଡିଓ କନ୍ଫରେନ୍ସିଙ୍ଗ୍’ ବୈଠକରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ବିପଦ ଥିବା ସତ୍ତ୍ବେ ଏବେ ଭାରତର ପରିସ୍ଥିତି ଭଲ ଅଛି। ଓମିକ୍ରନ୍ ଏବଂ ତା’ର ଉପ-ପ୍ରଜାତି ୟୁରୋପରେ ଯେଉଁ ପ୍ରଳୟକାଣ୍ଡ କଲା ଆମେ ଜାଣିଲେ। ଏହି ସବୁ ଉପ-ପ୍ରଜାତି ଯୋଗୁଁ ଗତ ଅଳ୍ପ କେତେ ମାସ ହେବ ଅନେକ ଦେଶରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି। ଏଥିସହ ଭାରତର କେତେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି କଥା ଦର୍ଶାଇ ପ୍ରଧାନମନ୍ତ୍ରୀ ସତର୍କତା ଅବଲମ୍ବନ କରିବା ଲାଗି ଜନସାଧାରଣଙ୍କୁ ପରାମର୍ଶ କରିଛନ୍ତି | ସେ କହିଛନ୍ତି, ଗତ ଅଳ୍ପ କିଛି ମାସ ପୂର୍ବେ କୋଭିଡ୍ ଲହର୍ ଆମକୁ ଅନେକ ଶିକ୍ଷା ଦେଇଛି। ଆମେ ଭୟଭୀତ ନ ହୋଇ କୋଭିଡ୍ ସହ ଲଢ଼ିଲେ। ଆମେ ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅମ୍ଳଜାନ ଯୋଗାଣ ସାମର୍ଥ୍ୟ ସୁଦୃଢ଼ କଲେ। ତୃତୀୟ ଲହର୍ ସମୟରେ ପରିସ୍ଥିତି ଅଣାୟତ ହୋଇଥିବା କଥା କୌଣସି ରାଜ୍ୟ ରିପୋର୍ଟ କରିନାହାନ୍ତି। ଏ କ୍ଷେତ୍ରରେ ଆମ ଟିକାକରଣ ଅଭିଯାନ ମଧ୍ୟ ସାହାଯ୍ୟ କରିଛି। ପ୍ରାପ୍ତ ବୟସ୍କ ଜନତାଙ୍କ ମଧ୍ୟରୁ ପ୍ରାୟ ୯୬% କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇ ସାରିଛନ୍ତି। ୧୫ ବର୍ଷରୁ ଊର୍ଦ୍ଧ୍ବ ୮୫% ତରୁଣ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି। ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ପିଲାମାନଙ୍କୁ ଯଥା ଶୀଘ୍ର ଟିକା ଦିଆଇବା ଉପରେ ଗୁରୁତ୍ବାରୋପ କରିବା ପାଇଁ ସେ କହିଛନ୍ତି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……