ରିପୋର୍ଟ କାର୍ଡ / ରାୟଗଡ଼ା
ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଘଟଣାରେ ଯୁବକକୁ ପୋଲିସ୍ ଗିରଫ କରିଛି । ଯୁବତୀଙ୍କ ଅଭିଯୋଗ ପରେ ପୋଲିସ୍ ସଂପୃକ୍ତ ଯୁବକକୁ ଏକ ବିବାହ ଭୋଜି ସ୍ଥଳରୁ ଉଠାଇ ନେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲାର ଜଣେ ଯୁବତୀଙ୍କ ସହ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଡୁମେରପଦର ଗ୍ରାମର ରାଜକିଶୋର ନାଏକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ବିବାହ ପ୍ରତିଶ୍ରୁତି ଦେଇ ରାଜକିଶୋର ସଂପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ପ୍ରତାରଣ କରି ରାଜକିଶୋର କାଶିପୁର ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ଗତ ୨୨ ତାରିଖ ବିବାହ କରିଥିଲା । ଏନେଇ ଯୁବତୀ ଜଣକ କୌଣସି ସୂତ୍ରରୁ ଖବରପାଇ ଘରକୁ ପହଞ୍ଚିଥିଲେ ହେଁ ରାଜକିଶୋର ଧରାଛୁଆଁ ଦେଇନଥିଲା । ପରେ ଫୋନ୍ ମାଧ୍ୟମରେ ସମ୍ପୃକ୍ତ ଯୁବତୀଙ୍କୁ ଧମକ ଦେଇଥିଲା । ଫଳରେ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଥାନାକୁ ନେଇ ଘଟଣା ବିଷୟରେ ପଚରାଉଚରା କରିଥିଲା । ଏନେଇ ଏକ ମାମଲା ରୁଜୁକରି ଉଭୟଙ୍କ ଡାକ୍ତରୀ ପରୀକ୍ଷା ଓ ବୟାନ ରେକର୍ଡ କରିବା ପରେ ରାଜକିଶୋରକୁ ଗିରଫ କରି ପୋଲିସ୍ କୋର୍ଟଚାଲାଣ କରିଛି ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..