ରିପୋର୍ଟ କାର୍ଡ / ମାଲକାନଗିରି
ଭିଜିଲାନ୍ସ ଜାଲରେ ମାଥିଲି ବ୍ଲକ କିଆଙ୍ଗ ଫାଣ୍ଡିର ପୂର୍ବତନ ଏ.ଏସ.ଆଇ ଜୟଦଶ ଖରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟଦଶଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରିରଖିଛି | ଏକ କାଳୀନ କୋରାପୁଟ, ସୁନାବେଡ଼ା ଓ ମାଲକାନଗିରିରେ ଥିବା ଘରେ ଚଢ଼ାଉ କରାଯାଇଛି । ଗତ କିଛିଦିନ ପୂର୍ବେ ଏ.ଏସ.ଆଇ ଜୟଦଶ ଖରା ଗଞ୍ଜେଇ ଚରାଚାଲାଣ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ । ବେଲରେ ଆସିଥିବା ବେଳେ ପୁଣି ଆୟ ଵହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଛି । ଏଯାଏ ଏ.ଏସ.ଆଇ ଜୟଦଶ ଖରାଙ୍କ କେତେ କଳା ସମ୍ପତ୍ତି ରହିଛି ତାହା ଆକଳନ କରାଯାଇପାରିନାହିଁ ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..