Report Card Odisha

| Daily Odia News

ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ…..

ରିପୋର୍ଟ କାର୍ଡ / କନ୍ଧମାଳ

ଚାଳିତଥର ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ଆଜି ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେଉଛନ୍ତି । ସେ ପୂର୍ବରୁ ଫୁଲବାଣୀ ଏଜେଓ ହାଇସ୍କୁଲ ରେ ପାଠ ପଢୁଥିଲେ । ତେବେ ପାରିବାରିକ ଓ ଆର୍ଥିକ ସମସ୍ୟା ଯୋଗୁଁ ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ । ପରେ ରାଜନୀତିରେ ମିଶି ବିଭିନ୍ନ ପଦ ପଦବୀରେ ରହି ବ୍ୟସ୍ତତା ଭିତରେ ଇଚ୍ଛା ଥିଲେ ବି ମାଟ୍ରିକ ପରୀକ୍ଷା ଆଉ ଦେଇପାରିନଥିଲେ ।ତେବେ ବୟସ୍କ ଲୋକ ମାନେ ପରୀକ୍ଷା ଦେଉଥିବା ଦେଖି ବର୍ତ୍ତମାନ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ବିଧାୟକ ଅଙ୍ଗଦ କହଁର । ଆଜି ପରୀକ୍ଷା ଆରମ୍ଭ ହେଉଥିବାରୁ ସକାଳୁ ସକାଳୁ ବିଧାୟକ ରୁଜାଙ୍ଗି ପରୀକ୍ଷା ସେଣ୍ଟରରେ ପହଂଚି ପରୀକ୍ଷା ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ । ତାଙ୍କୁ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ନିୟମ ପ୍ରକାରେ ଚେକିଂ କରିବାପରେ ଭିତରକୁ ଛାଡିଥିଲେ ।

 

Breaking News