ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଯୁବତୀଙ୍କୁ ଅପହରଣ ସାମ୍ନାକୁ ଆସିଛି । ଆଜି ନୟାପଲ୍ଲୀ ଭୋଇସାହି ଅଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲରୁ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଯୁବତୀଙ୍କୁ ସିଫ୍ଟ କାରରେ ଅପହରଣ କରି ନେଉଥିବା ବେଳେ ପିସିଆର ଭ୍ୟାନ୍ ହାତରେ ଧରାପଡ଼ିଛନ୍ତି । ୨ ସହଯୋଗୀଙ୍କ ସହ ମିଶି ମାମୁ ଅପହରଣ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅଭିଯୁକ୍ତ ମାମୁ ଓ ଜଣେ ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ । ଏନେଇ ନୟାପଲ୍ଲୀ ଥାନାରେ ଯୁବତୀ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି |






More Stories
ଓସେପା ଅଫିସରୁ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ…..
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି…..
ଶରଧାବାଲିରେ ୩ ରଥ….