Report Card Odisha

| Daily Odia News

ପ୍ରେମିକାଙ୍କୁ ବ୍ଲାକମେଲ କରି ବନ୍ଧା ହେଲେ ପ୍ରେମିକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନାବାଳିକା ପ୍ରେମିକାଙ୍କୁ ବ୍ଲାକମେଲ କରି ବନ୍ଧାହେଲା ପ୍ରେମିକ ପ୍ରବର । ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ପ୍ରେମିକକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଭୁବନ ଅଞ୍ଚଳର ଆଶିଷ ଜେନା । ଆଶିଷ ନାବାଳିକା ସହିତ ହ୍ୱାଟସଆପରେ କଥା ହୋଇ କିଛି ଅନୈତିକ ଭିଡିଓ ରଖି ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ଭିଡିଓଟି ଫେରି ପାଇବା ପାଇଁ ନାବାଳିକା ଆଶିଷଙ୍କୁ ଦେଢ଼ଲକ୍ଷ ଟଙ୍କା ସହିତ ଘରେ ଥିବା ସୁନା ଗହଣା ଦେଇଥିଲେ । ତଥାପି ଆଶିଷ ସେହି ଭିଡିଓକୁ ଡିଲିଟ ନକରିବାରୁ ପରିବାର ଲୋକଙ୍କୁ ଜଣାଇଥିଲେ ନାବାଳିକା । ଘଟଣା ସମ୍ପର୍କରେ ନୟାପଲ୍ଲୀ ପୋଲିସ ଆଶିଷଙ୍କୁ ଗିରଫ କରି ତାଙ୍କ ନିକଟରୁ ସୁନା ଗହଣା ଉଦ୍ଧାର କରିଛନ୍ତି । ହେଲେ ତାଙ୍କ ନିକଟରୁ କୌଣସି ଟଙ୍କା ଜବତ ହୋଇପାରିନାହିଁ ।

Breaking News