Report Card Odisha

| Daily Odia News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେ ମୃତ,୩ ଆହତ….

ରିପୋର୍ଟ କାର୍ଡ / ବାରିପଦା

ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ସ୍ଥିତ ଦ୍ୱାରସୁଣୀ ଘାଟିରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ବସ । ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ବାଙ୍ଗରିପୋଷୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ଆହତଙ୍କୁ ବାଙ୍ଗରିପୋଷୀ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଇଛନ୍ତି । ବସଟି ସମ୍ବଲପୁର ଅଞ୍ଚଳରୁ ମିସ୍ତ୍ରୀ ମାନଙ୍କୁ ନେଇ ମୁଶୀର୍ଦାବାଦ ଯାଉଥିଲା । ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ମୃତକକୁ ବ୍ୟବଛେଦ ପାଇଁ ବାରିପଦା ପଣ୍ଡିତରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠେଇ ଦିଆଯାଇଛି । ମୃତକ ମୁଶୀର୍ଦାବାଦ ଅଞ୍ଚଳର ବୋଲି ଜଣାପଡିଛି |

 

 

 

 

Breaking News