ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଠା ଭୁଶୁଡି ୪ ଜଣଙ୍କର ମୃତ୍ୟୁ ହୋଇଛି | ଏଭଳି ଦୁର୍ଘଟଣା ଘଟିଛି ତେଲାଙ୍ଗାନାର ୟାଦାଦ୍ରି-ଭୋଙ୍ଗିର ଜିଲ୍ଲାରେ | ଶୁକ୍ରବାର ୟାଦଗିରିଗୁଟ୍ଟାରେ ୨୦ ବର୍ଷ ତଳର ଏକ ବିଲ୍ଡିଂ ଭୁଶୁଡି ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ୟାଦାଗିରିଗୁଟା ତେଲେଙ୍ଗାନା ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅଛି। ଏଠାରେ ଥିବା ଏକ ୨୦ ବର୍ଷ ତଳର ବିଲ୍ଡିଂର ତଳେ ଏକ ଦୋକାନ ଥିଲା ଓ ପ୍ରଥମ ମହଲରେ ଏକ ଘର। ତେବେ ଶୁକ୍ରବାର ଏହି ବିଲ୍ଡିଂର ଛାତ ଭୁଶୁଡି ତା’ ତଳେ ବସିଥିବା ଚାରି ଜଣଙ୍କ ଉପରେ ପଡିଛି। ଏହି କାରଣରୁ ଚାରିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସେପଟେ ଜଣେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଛି। ବିଲ୍ଡିଂର ଖରାପ ନିର୍ମାଣ ହେତୁ ଏଭଳି ଘଟଣା ଘଟିଥିବା ପୋଲିସ କହିଛି। ସେପଟେ ଏହି ଦୁର୍ଘଟଣାକୁ ନେଇ ତେଲେଙ୍ଗାନା ରାଜ୍ୟପାଳ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଜିଲ୍ଲାଅଧିକାରୀଙ୍କୁ ଆହତ ବ୍ୟକ୍ତିଙ୍କୁ ସର୍ବୋତ୍ତମ ଚିକିତ୍ସା ଓ ଜରୁରୀ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..