ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ କିଛି ଭାରତୀୟ ଛାତ୍ରଙ୍କୁ ପାଠପଢା ପାଇଁ ନିଜ ଦେଶକୁ ଫେରିବା ପାଇଁ ଅନୁମତି ଦେଇଛି। ଏଥିପାଇଁ ଛାତ୍ରଙ୍କଠୁ ଜରୁରୀ ସୂଚନା ମଗାଯାଇଛି। ଭାରତ ସ୍ଥିତ ଚୀନ ଦୂତାବାସ ପକ୍ଷରୁ ଶୁକ୍ରବାର ଏହାର ସୂଚନା ଦିଆଯାଇଛି। ଭାରତୀୟ ଦୂତାବାସ ଅନୁଯାୟୀ, ମାର୍ଚ୍ଚ ୨୫ରେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କ ସହିତ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବୈଠକ ପରେ ଚୀନ ଭାରତୀୟ ଛାତ୍ରଙ୍କ ଫେରିବା ଉପରେ ବିଚାର କରିବାକୁ ଚୀନ ଇଚ୍ଛା ପ୍ରକାଶ କରିଛି। ଛାତ୍ରଙ୍କୁ ମେ ୮ ପର୍ଯ୍ୟନ୍ତ ଫର୍ମ ମାଧ୍ୟମରେ ସମସ୍ତ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଚୀନରେ ଡାକ୍ତରୀ ପଢୁଥିବା ୨୩ ହଜାରରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଫେରିବା ନେଇ ଅନୁମତି ଦେବାକୁ ଭାରତ ଚୀନ ଉପରେ ଚାପ ପକାଇଥିଲା। ଏହି କ୍ରମରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତ ମାସରେ ଚୀନ ପ୍ରତିପକ୍ଷ ଓ୍ଵାଙ୍ଗ ଓ୍ଵିଙ୍କ ନୂଆଦିଲ୍ଲୀ ଯାତ୍ରା ସମୟରେ ଏହି ପ୍ରସଙ୍ଗକୁ ଉଠାଇଥିଲେ। ଏହି ଛାତ୍ରମାନଙ୍କ ମଧ୍ୟରେ ଅଧିକାଂଶ ଚୀନ କଲେଜରେ ମେଡିକାଲ ପଢୁଛନ୍ତି। ଏହା ପୂର୍ବରୁ ଫେବୃଆରୀରେ ଚୀନ କୋଭିଡ୍-୧୯ ମହାମାରୀକୁ ନେଇ ଭିସା କଟକଣାକୁ ଆହୁରି କଡାକଡି କରିଥିଲା। ଏହି କାରଣରୁ ଭାରତରେ ଥିବା ୨୩ ହଜାରରୁ ଅଧିକ ଭାରତୀୟ ଛାତ୍ର ଚୀନକୁ ଫେରି ପାରିନଥିଲେ। ଏବେ କେମିତି ସେମାନେ ଶୀଘ୍ର ଚୀନ ଯାଇ ପାଠପଢା ଜାରି ରଖିବେ ତାର ବ୍ୟବସ୍ଥା କରିବାକୁ ଚୀନ ପ୍ରତିଶ୍ରୁତି ଦେଇଛି। ଏଥିସହ ଚୀନ ଭାରତକୁ ଆଶ୍ଵାସନା ଦେଇଥିଲା ଯେ, ଭାରତୀୟ ଛାତ୍ରଙ୍କ ସହ କୌଣସି ପ୍ରକାରର ଭେଦଭାବ କରାଯିବ ନାହିଁ। କାରଣ ସେମାନଙ୍କର ପାଠପଢା ପୁଣି ଥରେ ଆରମ୍ଭ କରାଇବାରେ କୌଣସି ରାଜନୈତିକ ପ୍ରସଙ୍ଗ ନାହିଁ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..