ରିପୋର୍ଟ କାର୍ଡ / ରାଜସ୍ତାନର
ସ୍ୱାମୀଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ | ଯୌତୁକ ପାଇଁ ଦାବି କରି ବିଫଳ ହେବାରୁ ନିଜ ସ୍ତ୍ରୀଙ୍କୁ ସମ୍ପର୍କୀଙ୍କ ଦ୍ୱାରା ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜସ୍ତାନର ଭରତପୁରରେ। ସ୍ୱାମୀ ଜଣକ ସ୍ତ୍ରୀକୁ ବାପଘରୁ ୧.୫ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଦାବି କରିଥିଲେ। ଏତେ ପରିମାଣରେ ଟଙ୍କା ବାପ ଘର ଲୋକେ ଦେବାକୁ ଅସମର୍ଥ ହେବାରୁ ସ୍ୱାମୀ ଏଭଳି ସଇତାନି କାଣ୍ଡ ଭିଆଇଛନ୍ତି। ସେହିପରି ଦୁଷ୍କର୍ମ ବେଳେ ଭିଡିଓ ସୁଟ କରି ଏହାକୁ ସେ ସୋଶାଲ ମିଡିଆରେ ଅପଲୋଡ଼ କରିଛନ୍ତି । ୟୁଟ୍ୟୁବରେ ଏହି ଆପତ୍ତିଜନ ଭିଡିଓ ଲୋଡ଼ କରି ଯୌତୁକ ବାବଦରେ ଟଙ୍କା ଆୟ କରିବାକୁ ଧମକ ଦେଇଥିଲେ ସ୍ୱମାର। ପୀଡ଼ିତା ଜଣକ ଥାନାରେ ନିଜ ସ୍ୱମା ଏବଂ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି । ପୀଡ଼ିତା ଜରଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ପାଇଁ ଦାବି କରିଥିଲେ । ଯତେବେଳେ ସେ ଯୌତୁକ ଟଙ୍କା ନଦେଇ ପାରିଲେ ତାଙ୍କ ସମ୍ପର୍କୀୟମାନେ ଗଣଦୁଷ୍କର୍ମ କରିଥିଲେ। ଏହି ସମୟରେ ଭିଡିଓ ଉତ୍ତୋଳନ କରି ଏହାକୁ ତାଙ୍କ ସ୍ୱାମୀ ୟୁ-ଟ୍ୟୁବରେ ଅପଲୋଡ଼ କରିଛନ୍ତି । କିଛି ଦିନ ପୂର୍ବରୁ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ତାଙ୍କ ସହ ଖରାପ କାମ କରିବାକୁ ଉଦ୍ୟମ କରିଥିଲେ । ହେଲେ ସେ ବଡ଼ଜୋରେ ପାଟି କରିବାରୁ ଅଭିଯୁକ୍ତ ଜଣକ ଖସି ଯାଇଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀ ୨୦୧୯ରେ ବିବାହ କରିଥିଲେ। ଏହା ପରେ ସ୍ୱାମୀ ତାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି।






More Stories
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..