ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗିରଫ ହୋଇଛନ୍ତି | ଆଜି ବିଧାୟକଙ୍କୁ ଭୁବନେଶ୍ୱର ବାସଭବନରୁ ଦେବଗଡ଼ ପୋଲିସ ଗିରଫ କରିଛି | ବିଡିଓ ଙ୍କୁ ଆକ୍ରମଣ ଘଟଣାରେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି | ଖବର ଅନୁଯାୟୀ, ଶନିବାର ଦିନ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମାଡପିଟ କରିଥିବା ଅଭିଯୋଗ ହୋଇଥିଲା । ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଏକ ସରକାରୀ କାର୍ଯ୍ୟରେ ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡି ଗ୍ରାମକୁ ଯାଇଥିବା ବେଳେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ସମର୍ଥକ ମାନେ ଘଟଣାସ୍ଥଳରେ ପହଞ୍ଚି ବିଡିଓଙ୍କୁ ଆକ୍ରମଣ କରିଥିଲେ। ଫଳରେ ବିଡିଓଙ୍କ ଓଠ ଫାଟିଯିବା ସହ ସେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣା ପରେ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଦେବଗଡ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଆଉ ଏବେ ବିଧାୟକଙ୍କୁ ଗିରଫ କରିଛି ପୋଲିସ |






More Stories
ବିଜେଡିରୁ ଅରବିନ୍ଦ ନିଲମ୍ବନ:ଉତ୍ତର ରଖିଲେ ବାପା…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..