ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମେ ୧ ତାରିଖ ଶ୍ରମିକ ଦିବସ | ଏହି ଉପଲକ୍ଷେ ରାଜ୍ୟ ସରକାର ସବୁ ବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି। ଶ୍ରମିକମାନଙ୍କୁ ଦୈନିକ ୧୧ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଭତ୍ତା ଆକାରରେ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପିଛିଲା ଭାବେ ଚଳିତ ଏପ୍ରିଲ ୧ ତାରିଖରୁ ଏହା କାର୍ୟ୍ୟକାରୀ ହେବ। ଏହାଦ୍ୱାରା ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୩୨୬ ଟଙ୍କା ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୪୭୬ ଟଙ୍କାକୁ ବୃଦ୍ଧିପାଇଛି। ରାଜ୍ୟ ଶ୍ରମ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ, ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ସୁପାରିଶ୍ ଆଧାରରେ ଖାଉଟି ଦର ଇଣ୍ଡେକ୍ସକୁ ଦୃଷ୍ଟିରେ ରଖି ସବୁ ବର୍ଗର ଶ୍ରମିକଙ୍କ ପାଇଁ ବର୍ଷକୁ ଦୁଇଥର ସ୍ୱତନ୍ତ୍ର ଭତ୍ତା ବୃଦ୍ଧିର ପ୍ରାବଧାନ ରହିଛି। ଏହି ସୁପାରିଶ ଆଧାରରେ ଶ୍ରମିକମାନଙ୍କ ସ୍ୱତନ୍ତ୍ର ଭତ୍ତାରେ ଦୈନିକ ୧୧ ଟଙ୍କା ବୃଦ୍ଧି କରାଯାଇଛି।ରାଜ୍ୟ ଶ୍ରମ କମିଶନର ଏନ୍. ଥିରୁମାଳା ନାଏକ ଜଣାଇଛନ୍ତି। ଏହି ସୁବିଧା ୮୯ ଟି କ୍ଷେତ୍ରରେ କାର୍ୟ୍ୟ କରୁଥିବା ସବୁବର୍ଗର ଶ୍ରମିକ ପାଇବେ। ନୂଆ ମଜୁରୀ ଦର ଆଧାରରେ ଏଣିକି ଅଣକୁଶଳୀ ଶ୍ରମିକ ସର୍ବନିମ୍ନ ମଜୁରୀ ୩୧୫ ଟଙ୍କା ପରିବର୍ତ୍ତେ ୩୨୬ ଟଙ୍କା ପାଇବେ । ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକ ୩୫୫ ଟଙ୍କା ପରିବର୍ତ୍ତେ ୩୬୬ ଟଙ୍କା, କୁଶଳୀ ଶ୍ରମିକ ୪୦୫ ଟଙ୍କା ପରିବର୍ତ୍ତେ ୪୧୬ ଟଙ୍କା ଏବଂ ଉଚ୍ଚକୁଶଳୀ ଶ୍ରମିକ ଦୈନିକ ୪୬୫ ଟଙ୍କା ପରିବର୍ତ୍ତେ ୪୭୬ ଟଙ୍କା ମଜୁରୀ ପାଇବେ।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..