ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଶୁଣାଇଛନ୍ତି । ଜଷ୍ଟିସ୍ ଏଲ୍.ନାଗେଶ୍ୱର ରାଓ ଓ ବିଆର ଗାଭାଇ ଖଣ୍ଡପୀଠରେ ଏହି ରାୟ ପ୍ରକାଶ ପାଇଛି । କୌଣସି ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିବା ସହ ସରକାର ଏଥି ପାଇଁ କେବଳ ନୀତି ନିର୍ଦ୍ଧାରଣ କରିପାରିବେ ବୋଲି କୁହାଯାଇଛି । ତାହାଛଡ଼ା ଲୋକଙ୍କ ସ୍ୱାର୍ଥକୁ ନଜରରେ ରଖି ସରକାର ସର୍ତ୍ତବଳୀ ଲାଗୁ କରିପାରିବେ । ଅନ୍ୟପଟେ ସୁପ୍ରିମକୋର୍ଟ ଟିକା ନନେଇଥିବା ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ ଯାଇପାରିବେ ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଟିକା ନନେଇଥିବା ବ୍ୟକ୍ତି ସଂକ୍ରମକ ବୋଲି ପ୍ରମାଣ ହୋଇନି । ଟିକା ନନେଇଥିବା ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ ନଯିବା ବେଆଇନ୍ ସୁପ୍ରିମକୋର୍ଟ କହିଛନ୍ତି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..