ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଜଣେ ପୁରୁଷ ଜେଟିପି ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ- ମହିଳାଜଣକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ଜେଟିପି ତାଙ୍କୁ ମନ୍ଦିର ଭିତରକୁ ଛାଡିନଥିଲେ। କେବଳ ସେତିକି ନୁହେଁ ମହିଳାଙ୍କୁ ଧକ୍କା ଦେବା ସହ ତାଙ୍କୁ ସିଂହଦ୍ଵାର ବାହାରକୁ ଯିବା ପାଇଁ କହିଥିଲେ। ତେବେ ଘଟଣାର କିଛି ସମୟ ପରେ ଜଣେ ମହିଳା ପୋଲିସ ଆସି ସମ୍ପୃକ୍ତ ମହିଳାଙ୍କୁ ଶ୍ରୀମନ୍ଦିର ଭିତରକୁ ନଯିବା ପାଇଁ ତାଗିଦ୍ କରିଥିଲେ। କିନ୍ତୁ ମହିଳାଜଣକ ଶ୍ରୀମନ୍ଦିର ଭିତରକୁ ଯିବେ ବୋଲି ଚିତ୍କାର କରିବା ସହ ସିଂହଦ୍ଵାର ଅରୁଣ ସ୍ତମ୍ବ ଠାରେ ବସି ରହିଥିଲେ। ମହିଳାଜଣକ ଗତ ଦୁଇ ଦିନ ପୂର୍ବେ ରାତିରେ କୋଇଲି ବୈକୁଣ୍ଠ ଭିତରେ ଲୁଚିକି ରହିଥିବା ବେଳେ ତାଙ୍କୁ ପୋଲିସ ଓ ଜେଟିପି ବାହାରକୁ ବାହାର କରିବା ପରେ ଶ୍ରୀମନ୍ଦିର ସୋଧ କରାଯାଇଥିଲା ବୋଲି ଜେଟିପି ଅଭିଯୋଗ କରିଛନ୍ତି। ସେଥିପାଇଁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ ନାହିଁ ବୋଲି ଜେଟିପି କହିଥିଲେ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……