ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ତର୍ଜାତିକ ସେକ୍ସ୍ ରାକେଟ୍ ସହ ଥିବା ସମ୍ପୃକ୍ତିକୁ ଲୁଚାଇବାକୁ ସ୍ବାମୀ ଦୀପକ ସିଂହ ଗୌର ଶ୍ବେତାଙ୍କୁ ହତ୍ୟା କରିଛନ୍ତି ବୋଲି ‘ବିଜେପି’ ନେତ୍ରୀ ଶ୍ବେତା ସିଂହ ଗୌରଙ୍କ ପରିବାର ଲୋକେ କହିଛନ୍ତି। ଗତ ବୁଧବାର ଦିନ ଉତ୍ତର ପ୍ରଦେଶର ବାନ୍ଦାସ୍ଥିତ ବାସଭବନରେ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ଶ୍ବେତା ଭୀତତ୍ରସ୍ତ ହୋଇ ଜୀବନଯାପନ କରୁଥିଲେ। ତେଣୁ, ପ୍ରମାଣ ଭାବେ ଉପସ୍ଥାପନ କରିବା ଲାଗି ସ୍ବାମୀଙ୍କର ଫୋନ୍ କଲ୍ ସବୁ ରେକର୍ଡ କରୁଥିଲେ ବୋଲି ତାଙ୍କ ପରିବାରର ଲୋକମାନେ କହିଛନ୍ତି। ରୁଷ୍, ମୋରୋକୋ ଓ ଆଫ୍ରିକୀୟ ଝିଅ ପାଇଁ ଦୀପକ ଦଲାଲମାନଙ୍କ ସହିତ ମୂଲଚାଲ କରୁଥିବା କଥା ମଧ୍ୟ ଶ୍ବେତା ରେକର୍ଡ କରିଛନ୍ତି। ଦୀପକଙ୍କର ଆନ୍ତର୍ଜାତିକ ସେକ୍ସ ରାକେଟ୍ ସହ ସମ୍ପୃକ୍ତି ଥାଇପାରେ ବୋଲି ଏଥିରୁ ଜଣାପଡୁଛି। ମୃତ୍ୟୁ ପୂର୍ବରୁ ଶ୍ବେତାସିଂହ ଗୌର ଉକ୍ତ ଅଡିଓ ରେକର୍ଡିଙ୍ଗ୍ଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କ ପାଖକୁ ପଠାଇଥିଲେ। ରୁଷୀୟ ଯୌନକର୍ମୀଙ୍କ ସହିତ ଥିବା ପରକୀୟା ସମ୍ପର୍କ ଲୁଚାଇବା ଲାଗି ଦୀପକ ଶ୍ବେତାଙ୍କୁ ହତ୍ୟା କରିଥିବା କଥା ଭାଇ ଋତୁରାଜ ଅଭିଯୋଗ କରିଛନ୍ତି। ଦୀପକ ସିଂହ ଗୌରଙ୍କର ବୋଲି କୁହାଯାଉଥିବା ଗୋଟିଏ ଅଡିଓ କ୍ଲିପ୍ରେ ସେ ରୁଷୀୟ ଝିଅ ଯୋଗାଇବା ଲାଗି ଜଣେ ଦଲାଲଙ୍କୁ ଅନୁରୋଧ କହୁଛନ୍ତି: ମୁଁ ବାନ୍ଦାରୁ ଆସିଛି। ସୁନୀଲ ସିଂହ ଗୌତମ ମତେ ତୁମ ନମ୍ବର ଦେଇଥିଲେ। ବ୍ୟବସ୍ଥା କର। ତୁମେ ହୋଟେଲ୍କୁ ପଠାଇବ ନା, ମତେ ଯିବାକୁ ପଡ଼ିବ? ରୁଷୀୟ କିଂବା ଆଫ୍ରୀୟ ଝିଅ, ଯିଏ ଥାଆନ୍ତୁ ସେମାନଙ୍କ ଫଟୋ ଓ ‘ଦର’ ପଠାଅ ମୁଁ ଜଣକୁ ବାଛି ନେବି। ଅନ୍ୟ ଏକ ଅଡିଓ କ୍ଲିପ୍ରେ ଦୀପକ ନଗଦ ଟଙ୍କା ଦେବାକୁ କହୁଥିବା ବେଳେ ଦଲାଲ୍ ଅନ୍ଲାଇନ୍ରେ ଦେୟ ପୈଠ କରିବାକୁ କହୁଛି। ଦୀପକ ତାଙ୍କୁ କହୁଛନ୍ତି, ୨୦, ୦୦୦ ଟଙ୍କାରେ ୨ଜଣ ଝିଅ ପଠାଅ। ଜଣେ ରୁଷୀୟ ଓ ଆଉ ଜଣେ ଭାରତୀୟ। ଶେଷକୁ ୨୩,୦୦୦ ଟଙ୍କାରେ ଜଣେ ରୁଷୀୟ ଓ ଜଣେ ମୋରୋକୀୟ ଝିଅ ପାଇଁ କଥା ଛିଡ଼ିଥିଲା। ଗତ ଶୁକ୍ରବାର ଦିନ ଦୀପକ ସିଂହ ଗୌରଙ୍କୁ ଗିରଫ କରାଯାଇଥିବା ବେଳେ ମାମଲାର ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଏହି ମାମଲା ସମ୍ବନ୍ଧୀୟ ମିଳିଥିବା କିଛି ଭିଡିଓର ତଦନ୍ତ ଚାଲିଥିବା କଥା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅଭିନନ୍ଦନ କହିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..